ଜନ୍ମାଷ୍ଟମୀ ପାଇଁ ମଥୁରା ନଗରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଦେଖନ୍ତୁ କୃଷ୍ଣଙ୍କ ଆରତୀର ଭିଡିଓ

ନୂଆଦିଲ୍ଲୀ : ଦେଶରେ ଦୁଇ ଦିନ ଧରି ପାଳିତ ହେଉଛି ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ମହା ଆଡ଼ମ୍ବରରେ ଏହି ପର୍ବ ପାଳନ କରାଯାଉଛି । ମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼ । ବିଶେଷ କରି ପ୍ରଭୁଙ୍କ ଆରତୀ ବେଳେ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼ ଦେଖିବାକୁ ମିଳୁଛି । ମନ୍ଦିରକୁ ଅତି ସୁନ୍ଦର ଭାବେ ଫୁଲ ଓ ଆଲୋକମାଳାରେ ସଜା ଯାଇଛି । ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି ।

ବିଦେଶରେ ବି ପାଳିତ ହେଲା ଜନ୍ମାଷ୍ଟମୀ

କେବଳ ଦେଶ କି ରାଜ୍ୟ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ଶ୍ରୀକୃଷ୍ଣ ଭଗବାନଙ୍କ ଜନ୍ମତିଥି ବେଶ୍‌ ଉତ୍ସାହର ସହ ପାଳିତ ହୋଇଛି । ଆମେରିକ, ଇଂଲଣ୍ଡ ସମେତ ପ୍ୟାରିସ୍‌ରେ ବି ଦେଖିବାକୁ ମିଳିଛି ଜନ୍ମାଷ୍ଟମୀ ପାଳନର ଦୃଶ୍ୟ । ଦେଖନ୍ତୁ ଫ୍ରାନ୍ସର ପ୍ୟାରିସ୍‌ରେ ପାଳନ କରାଯାଇଥିବା ଜନ୍ମାଷ୍ଟମୀର ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.