ଉତ୍ତର ଓଡ଼ିଶାରେ ଲଗାଣ ବର୍ଷାରେ ବଢୁଛି ଜଳକା ନଦୀ ଜଳସ୍ତର

ବାଲେଶ୍ୱର(କେନ୍ୟୁଜ୍): ଉତ୍ତର ଓଡ଼ିଶାରେ ଲଗାଣ ବର୍ଷାରେ ବଢୁଛି ଜଳକା ନଦୀ ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ଟପିଛି ଜଳକା । ମଥାନୀଠାରେ ଜଳକାର ବିପଦ ସଙ୍କେତ ରହିଛି ୫.୫୦ ମିଟର । ବର୍ତ୍ତମାନ ଏଠାରେ ଜଳସ୍ତର ୫. ୬୬ ମିଟର ରହିଛି । ଜଳସ୍ତର ବଢୁଥିବାରୁ ଆତଙ୍କିତ ହୋଇଛନ୍ତି ନଦୀ ଅବବାହିକା ଗାଁର ଲୋକ । ବନ୍ୟା ଆସିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଛି।