ଦୁନିଆର ଏମିତି ଅଦ୍ଭୁତ ଗାଁ କୁବରପେଡି, ଯେଉଁଠି ମାଟିତଳେ ରୁହନ୍ତି ଲୋକେ

ଦିଲ୍ଲୀର କନୋଟରେ ଥିବା ପାଳିକା ବଜାର ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ, ଯେଉଁଠାରେ ସଂପୂର୍ଣ୍ଣ ମାର୍କେଟଟି ଅଣ୍ଡରଗ୍ରାଉଣ୍ଡ ହୋଇ ରହିଛି। ଛାଡ ଏହା ତ ମାର୍କେଟ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏପରି ଏକ ଗାଁ ରହିଛି, ଯାହାର ଜନବସତି ସଂପୂର୍ଣ୍ଣ ମାଟି ତଳେ ରହିଛି।

5

ଏପରି ଏକ ଗାଁ ଦକ୍ଷିଣ ଅଷ୍ଟ୍ରେଲିଆରେ ରହିଛି, ଯାହାର ନାମ କୁବର ପେଡି ରହିଛି। ଏହି ଗାଁର ବିଶେଷତ୍ୱ ହେଉଛି, ଏଠିକାର ସବୁ ଲୋକ ଅଣ୍ଡରଗ୍ରାଉଣ୍ଟ ଘରେ ରହୁଛନ୍ତି। ବାହାରରୁ ଦେଖାଯାଉନଥିବା ଏହି ଘର କୌଣସି ହୋଟେଲ ଠାରୁ କମ୍‌ ନୁହେଁ। କଥା କ’ଣ କି,ଏହି ଅଞ୍ଚଳରେ ଓପଲର ଅନେକ ଖରି ରହିଛି। ଲୋକମାନେ ଏହି ଓପଲରେ ରହିଥିବା ଖାଲି ଖଣିରେ ରହିଥାନ୍ତି। ଓପଲ ହେଉଛି ଏକ ଧୂସର ରଙ୍ଗର ମୂଲ୍ୟବାନ ପଥର। ଏହି କୁବରପେଡି ଅଞ୍ଚଳକୁ ଦିନୁଆରେ ଓପଲ ରାଜଧାନୀ ମଧ୍ୟ କୁହାଯାଏ। ଏଠାରେ ସମଗ୍ର ବିଶ୍ୱର ସବୁଠାରୁ ଅଧିକ ଓପଲ ଖଣି ଦେଖିବାକୁ ମିଳିଥାଏ।

6

ରିପୋର୍ଟ ମୁତାବକ, କୁବରପେଡିରେ ଖଣି କାମ ୧୯୧୫ରୁ ଆରମ୍ଭ ହୋଇଥିଲା। ଏହା ଏକ ମରୁଭୂମି ଅଞ୍ଚଳ ରହିଥିଲା, ତେଣୁକରି ଏଠିକାର ଗରମ ଦିନରେ ତାପମାତ୍ରା ବହୁତ ଅଧିକ ରହୁଥିବା ବେଳେ ଥଣ୍ଡାଦିନରେ ବହୁତ କମ୍‌ ହୋଇଯାଇଥାଏ। ଏହି କାରଣ ଯୋଗୁଁ ଏଠାରେ ରହୁଥିବା ଲୋକେ ଏପରି ଅସୁବିଧାର ସାମ୍ନା କରିଥାନ୍ତି। ଏଥିରୁ ବଞ୍ଚିବା ପାଇଁ ଲୋକେ ବଳକା ପଡିଥିବା ଖଣିରେ ରହିବାକୁ ଲାଗିଲେ। ଏହି ଅଣ୍ଡରଗ୍ରାଉଣ୍ଡ ଘରେ ଗରମ ଦିନରେ ନା ଏସି ଦରକାର, ନା ଶୀତ ଦିନରେ ହିଟର। ଏବେ ଏଠାରେ ୧୫୦୦ରୁ ଉର୍ଦ୍ଧ୍ୱ ରହିଛି, ଯେଉଁଠି ମାଟି ତଳେ ଲୋକମାନେ ଜୀବନ ଅତିବାହିତ କରିଛନ୍ତି।

7

ଏଠାରେ ରହିଥିବା ଘରେ ସମସ୍ତ ପ୍ରକାରର ସୁବିଧା ରହିଛି। ଏଠାରେ କେତେକ ହଲିଉଡ ଫିଲ୍ମ ମଧ୍ୟ ସୁଟିଂ ହୋଇସାରିଛି। ୨୦୦୦ରେ ଆସିଥିବା ଫିଲ୍ମ ‘ପିଚ ବ୍ଲାକ’ ଫିଲ୍ମ ସୁଟିଂ ହେବା ପରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏବେ ଏହି ସ୍ଥାନକୁ ଲୋକେ ବୁଲିବାକୁ ଆସୁଛନ୍ତି।