Below header

କାଲିଠୁ ସ୍ୱାଭାବିକ ହୋଇପାରେ ବିଧାନସଭା, ଧାନ କିଣା ପ୍ରସଙ୍ଗରେ ବିବୃତ୍ତି ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ୟୁଜ୍(ବ୍ୟୁରୋ):  କାଲିଠୁ ସ୍ୱାଭାବିକ ହୋଇପାରେ ବିଧାନସଭା ଅଧିବେଶନ । ଆସନ୍ତାକାଲି ଗୃହରେ ଧାନ କିଣା ପ୍ରସଙ୍ଗରେ ବିବୃତ୍ତି ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସକାଳ ସାଢେ ୧୧ଟାରେ ଧାନ କିଣା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ରଖିବେ। ଆଜି ସର୍ବଦଳୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ସେପଟେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ସରକାରୀ ଦଳ ଆଣୁଥିବା ଅଭିଯୋଗ ଗୃହରେ ଉପସ୍ଥାପନ ହେବ ନାହିଁ। ଏହି ପ୍ରସଙ୍ଗକୁ ସ୍ୱାଧୀକାର କମିଟି ପାଖକୁ ପଠାଯିବ ବୋଲି ବାଚସ୍ପତି କହି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.