କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ଼ର ନିର୍ଦ୍ଦେଶକ ପରିକ୍ରମା ଯୋଜନା ପାଇଁ ଦେଲେ ୧ କୋଟି ଟଙ୍କାର ଆର୍ଥିକ ସହାୟତା

କେନ୍ୟୁଜ୍(ବ୍ୟୁରୋ): ‘‘ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା । ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା। ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା।ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା।’’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭକ୍ତି ଭରା ଏହି ଉକ୍ତି ପରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଲୋକଙ୍କ ଭାବାବେଗ ସ୍ପଷ୍ଟ ବାରି ହୋଇପଡୁଛି । ଆଜି କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ଼ର ନିର୍ଦ୍ଦେଶକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପ୍ରଭୁଙ୍କ ଦର୍ଶନ ଓ ସମ୍ଭାବ୍ୟ ସୁବିଧା ସୁଯୋଗ ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହି ସହାୟତା ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସେ ଧନ୍ୟ ମନେ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.