Below header

କେନ୍ଦୁଝର: ଆରମ୍ଭ ହେଲା ଆହତ ବାରହା ଧୁଡ଼ର ଚିକିତ୍ସା, ପରିବାର ଠାରୁ ଦୂରରେ ରଖିବାକୁ ଉପଦେଶ ଦେଲା ବନ ବିଭାଗ

କେନ୍ଦୁଝର(କେନ୍ୟୁଜ୍):  ଆଜି ବନ ବିଭାଗ ପକ୍ଷରୁ ଆହତ ଧୁଡ଼ର ଚିକିତ୍ସା କରାଯାଇଛି। କେନ୍ଦୁଝର ବନଖଣ୍ଡ ଓ୍ବାଇଲଡ ଲାଇଫ୍ ଟିମର ଡାକ୍ତର ବନ୍ଦିତା ମିଶ୍ର, ତେଲକୋଇ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦୀପ୍ତିମୟୀ ବଢେଇ,ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀ ପୁରୁଷୋତ୍ତମପୁରସ୍ଥିତ କୁନ୍ତଳାଙ୍କ ଘରକୁ ଯାଇ ଚିକିତ୍ସା କରିଛନ୍ତି। କିଛି ଦିନ ପୂର୍ବରୁ ବାରହାକୁ ଜଙ୍ଗଲ ବିଭାଗ ନେଇ ଜଙ୍ଗଲରେ ଛାଡି ଆସିବା ପରେ କୌଣସି କାରଣରୁ ବାରହାର ଗୋଡରେ ଆଘାତ ଲାଗିଥିଲା ଓ ସେ ବହୁ କଷ୍ଟରେ ଚାଲୁଥିବା ସତ୍ତ୍ବେ କୁନ୍ତଳାଙ୍କ ସ୍ନେହରେ ବାନ୍ଧି ହୋଇ ଘରକୁ ଫେରିଥିଲା ।

wild boar

କିନ୍ତୁ ତାର ଚିକିତ୍ସା ଆବଶ୍ୟକ ଥିବା ବେଳେ ଆଜିଠୁ ଚିକିତ୍ସା ଆରମ୍ଭ ହୋଇଛି । ଧୁଡ଼ ସୁସ୍ଥ ହେବା ପର୍ଯ୍ୟନ୍ତ ସେଠାରେ ରହିବ। ଏବଂ ତାଠାରୁ କୁନ୍ତଳାଙ୍କ ପରିବାର ସଦସ୍ୟ ଧିରେ ଧିରେ ଧିରେ ସମ୍ପର୍କ ତୁଟାଇବା ସହିତ ଅଧିକ ଜଙ୍ଗଲୀ ଖାଦ୍ୟ ଖୁଆଇବା ପାଇଁ ପରାମର୍ଶ ଦିଆଯାଇଛି। ପଡିଯିବାରୁ କିମ୍ବା ପଥର ମାଡରେସେ ସାମାନ୍ୟ ଆହତ ହୋଇଛି। ଶୀଘ୍ର ଭଲ ହୋଇଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.