Below header

ନବୀନ ଦେଖାଇଲେ ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧର ଅନନ୍ୟ ଉଦାହରଣ, ଧାରଣାସ୍ଥଳୀରୁ ବିଜେପି ବିଧାୟକଙ୍କୁ ପାଛୋଟି ନେଲେ

କେନ୍ୟୁଜ୍(ବ୍ୟୁରୋ):  ବିଜେପିର ହାଇଡ୍ରାମା । ବିଧାନସଭାରୁ ନବୀନ ନିବାସ । ଭାୟା ଲୋକସେବା ଭବନ । ସମୟ ଦିନ ୧୨ଟା ୨୦। ମଣ୍ଡି ପ୍ରସଙ୍ଗରେ ବିଜେପି ବିଧାୟକମାନେ ପ୍ଲାକାର୍ଡ ଧରି ବିଧାନସଭାରୁ ବାହାରିଲେ । ଆଗେ ଆଗେ ବିଜେପି ବିଧାୟକ ପଛରେ ଚାଲୁଥାଆନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବିଜେପି ବିଧାୟକମାନେ ପ୍ରଥମେ ଗଲେ ଲୋକସେବା ଭବନ । ସେଠାରେ ମୁଖ୍ୟମନ୍ତ୍ରୀ ନଥିବାରୁ ପଦଯାତ୍ରା ଚାଲିଲା ନବୀନ ନିବାସ ଆଡ଼କୁ । ରାସ୍ତାର ଦୁଇ କଡ଼ରେ ଲୋକେ ତାଜୁବ ହୋଇ ଦେଖୁଥାଆନ୍ତି ପଲିଟିକାଲ ଡ୍ରାମାକୁ ।

cm naveen

ସେପଟେ ନବୀନ ନିବାସରେ ଫୁଲତୋଡ଼ା ଧରି ଶଙ୍ଖ ବଜାଇ ସ୍ୱାଗତ ପାଇଁ ଉପସ୍ଥିତ ଥିଲେ ବିଜେଡିର ବହୁ ତୁଙ୍ଗ ନେତା । ନବୀନ ନିବାସ ଭିତରକୁ ପଶିବା ବେଳେ ଆରମ୍ଭ ହୋଇଯାଇଥିଲା ଠେଲାପେଲା। ପ୍ରତିବାଦରେ ଧାରଣାରେ ବସିିଥିଲେ ବିଜେପି ଟିମ୍‌। ବିଜେଡି ନେତାମାନେ ସେମାନଙ୍କୁ ଆଲୋଚନା ପାଇଁ ବାରମ୍ବାର ଡାକିଲେ ମଧ୍ୟ କେହି ଶୁଣିନଥିଲେ । ସମସ୍ତଙ୍କୁ ଚକିତ କରି ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧାରଣାସ୍ଥଳକୁ ଆସି ବିଧାୟକମାନଙ୍କୁ ଡାକିଥିଲେ । ତା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଠାରୁ ଆରମ୍ଭ କରି ସବୁ ବିଧାୟକ ନବୀନ ନିବାସ ଯାଇଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଥିଲା।

 

cm photo

ପାଖାପାଖି ୨୦ ମିନିଟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଟିମ୍‌ କରିଥିଲେ ଆଲୋଚନା । ମଣ୍ଡି ପ୍ରସଙ୍ଗରେ ବିରୋଧୀଙ୍କ ସବୁ କଥା ଶୁଣିବା ପରେ ସମାଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବିଜେପି କହିଛି । ବଡ଼ କଥା ହେଲା, ମଣ୍ଡି ପ୍ରସଙ୍ଗରେ ବିଜେଡିକୁ ବ୍ୟାକଫୁଟ୍‌କୁ ଠେଲିବା ପାଇଁ ଷ୍ଟ୍ରାଟେଜୀ କରିଥିଲା ବିଜେପି । କିନ୍ତୁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ ବିଜେପିର ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି। ନବୀନ ନିଜେ ଧାରଣାସ୍ଥଳୀକୁ ଆସି ବିଜେପି ବିଧାୟକଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ନୂଆ ଗଣତାନ୍ତ୍ରିକ ପରଂପରା ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.