ଚାନ୍ଦବାଲି : ଉଦ୍ଧାର ହେଲା ବିରଳ ସାମୁଦ୍ରିକ ଜୀବ, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଧରା

ଚାନ୍ଦବାଲି (କେ ନ୍ୟୁଜ୍‌) : କେନାଲରୁ ମିଳିଲା ବିରଳ ସାମୁଦ୍ରିକ ଜୀବ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖ୍ରୀ ପଂଚାୟତର ସୁନାରପୋଖରୀ ଗାଁ କେନାଲରୁ ଏହି ଜୀବଟିକୁ ଉଦ୍ଧାର କରାଯାଇଛି । ଏହି ବିରଳ ପ୍ରଜାତିର ସାମୁଦ୍ରିକ ଜୀବଟିକୁ ନେଇ ଏବେ ଏଠାରେ ଚର୍ଚ୍ଚା ଚାଲିଛି ।

କିଛି ଲୋକ କେନାଲରେ ଜାଲ ପକାଉଥିବା ବେଳେ ଏହି ଜୀବଟି ଜାଲରେ ପଡିଥିଲା । ତେବେ ଏପରି ଜୀବକୁ ସ୍ଥାନୀୟ ଅଂଚଳରେ ଆଗରୁ କେହି କେବେ ଦେଖି ନଥିବା ଲୋକେ କହୁଛନ୍ତି । ଏହି ଜୀବର ପଛପଟେ ଲମ୍ବା ଲାଙ୍ଗୁଡ ଥିବାର ଦେଖିବାକୁ ମିଳିଛି । ଜୀବଟି ଛୋଟିଆ ହେଲେ ବିଷାକ୍ତ ବୋଲି ଜଣାପଡୁଛି । ଦେଖିବାକୁ ରୋବଟ୍‌ ଭଳି।ସମୁଦ୍ରରେ ଏମାନେ ଜମ୍ପ୍‌ ମାରୁଥିବା କେତେକ ଜୀବ ଭିତରୁ ଗୋଟିଏ ବୋଲି କୁହାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.