ଚତୁର୍ଥ ଟି-୨୦, ଇଂଲଣ୍ଡକୁ ୧୮୬ ରନ୍‌ର ବିଜୟଲକ୍ଷ୍ୟ ଦେଲା ଭାରତ

ଅହମଦାବାଦ : ଆଜି ଚତୁର୍ଥ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି୮ ଓ୍ଵିକେଟ୍‌ରେ ୧୮୫ ରନ୍‌ କରିଛି । ଇଂଲଣ୍ଡ ଟସ୍‌ ଜିତି ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଡାକିଥିଲା । ରୋହିତ ଶର୍ମା ୧୨, କେ.ଏଲ୍‌ ରାହୁଲ ୧୪, ଅଧିନାୟକ ବିରାଟ କୋହଲି ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ ।

ତେବେ ବଡ଼ ମୁଣ୍ଡମାନେ ଫେଲ୍‌ ମାରିବା ପରେ ସାନମାନେ କମାଲ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ୩୧ ବଲ୍‌ରେ ୫୭ (୬ ଚୌକା, ୩ ଛକା), ଋଷଭ ପନ୍ତ ୩୦, ଶ୍ରେୟସ ଆୟର ୧୮ ବଲ୍‌ରେ ୩୭ (୫ ଚୌକା, ୧ ଛକା), ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ୍‌ କରିଥିଲେ ।
ଇଂଲଣ୍ଡ ପକ୍ଷରୁ ବୋଲର୍‌ ଜୋଫ୍ରା ଆର୍ଚର ୩୩ ରନ୍‌ରେ ୪ ଓ୍ଵିକେଟ୍‌ ନେଇ ଭାରତୀୟ ଦଳକୁ ବଡ଼ ଝଟ୍‌କା ଦେଇଥିଲେ ।

ସୂର୍ଯ୍ୟ କୁମାର, ପନ୍ତ ଓ ଆୟର ବଞ୍ଚାଇ ଦେଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.