କେନ୍ଦୁଝର : ରାସ୍ତା କଡ଼ ବ୍ୟାରିକେଡ୍‌ରେ ପିଟି ହୋଇଗଲା ବାଇକ୍, ଦୁଇ ସାଙ୍ଗଙ୍କ ମୃତ୍ୟୁ

କେନ୍ଦୁଝର (କେନ୍ୟୁଜ୍‌) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ୨୦ନମ୍ବର ଜାତ଼ୀୟ ରାଜପଥ ବନାଯୋଡ଼ି ନିକଟରେ ବାଇକ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ୍‌ଟି ରାସ୍ତାକଡ଼ ବ୍ୟାରିକେଡ୍‌ରେ ପିଟି ହୋଇଯାଇଥିଲା । ଯାହାଫଳରେ ଏଥିରେ ବସିଥିବା ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ଼କମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଛି । ସେ ହେଉଛନ୍ତି ବଡ଼ବିଲ ଥାନା ଝଡ଼ାଗାଁ ଗ୍ରାମର ଶୁକନନ୍ଦ ନାଏକଙ୍କ ପୁଅ ୧୮ ବର୍ଷ ବୟସର ଅକ୍ଷୟ ନାଏକ।
ଅକ୍ଷୟ ତାଙ୍କ ସାଙ୍ଗଙ୍କ ସହିତ ବାଇକ୍‌ ଯୋଗେ ବଡ଼ବିଲ ଅଞ୍ଚଳରୁ କେନ୍ଦୁଝର ଅଭିମୁଖେ ଯାଉଥିଲେ। ବନାଯୋଡ଼ି ନିକଟରେ କୌଣସି କାରଣରୁ ବାଇକ୍‌ଟି ବ୍ୟାରିକେଡ୍‌ରେ ବାଡ଼େଇ ହୋଇ ଯାଇଥିଲା । ବାଇକ୍‌ରେ ବସିଥିବା ଦୁଇ ଜଣ ଯାକ ଛିଟିକି ପଡ଼ିଥିଲେ । ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଘଟଣା ସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣକୁ ଏନ୍ଏଚ୍ ଆମ୍ବୁଲାନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ତାଙ୍କର ପରିଚୟ ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.