Below header

ବୀର ମହାରାଜପୁର : ପ୍ରସାଦ ଖାଇ ଶତାଧିକ ଅସୁସ୍ଥ

ସୋନପୁର (କେ ନ୍ୟୁଜ୍‌) : ଅନ୍ନ ପ୍ରସାଦ ଖାଇ ଶତାଧିକ ଲୋକ ଆକ୍ରାନ୍ତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମୂଲ୍ୟମଣି ରାଣୀପୁର ଗାଁରେ ଏଭଳି ଘଟିଛି । ଗତ ଦୁଇ ଦିନ ଧରି ଗାଁରେ ମକର ମେଳା ଚାଲିଥିଲା । ମେଳା ଉଦଯାପନୀରେ ଅନ୍ନ ପ୍ରସାଦ ଖାଇବା ପରେ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଖବର ପାଇ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍‌ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ଖାଦ୍ୟରେ କିଛି ସମସ୍ୟା ଥିବା ସନ୍ଦେହ କରାଯାଉଛି । ତେଣୁ ଖାଦ୍ୟ ନମୂନା ନେଇ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.