ଆସନ୍ତା ୨୫ ସୁଦ୍ଧା ମିଳିବ ‘କାଳିଆ’ ଯୋଜନାରେ : ଆକାଉଣ୍ଟକୁ ପଠାଯିବ ସହାୟତା ରାଶି

ଭୁବନେଶ୍ବର(କେନ୍ୟୁଜ୍) : କାଳିଆ ଯୋଜନାରେ ଖୁବଶୀଘ୍ର ଟଙ୍କା ମିଳିବ। ଜାନୁଆରୀ ୨୫ ସୁଦ୍ଧା ୧୨ରୁ ୧୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ସହାୟତା ପଠାଯିବ। ଏଭିତରେ ପ୍ରଥମ ପର‌୍ୟ୍ୟାୟରେ ୬୦ ଲକ୍ଷରୁ ଅଧିକ ଚାଷୀ କାଳିଆ ଯୋଜନାରେ ସହାୟତା ପାଇଁ ଆବେଦନ କରିଛନ୍ତି। ସମବାୟ ବିଭାଗର ସଚିବ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି।

କାଳିଆ ଯୋଜନାରେ ପ୍ରଥମ ପର‌୍ୟ୍ୟାୟ ଆବେଦନ ସରିବା ପରେ ଏବେ ଚାଲିଛି ବ୍ଲକ ୱାରୀ ଯାଞ୍ଚ । ଆସନ୍ତା ୨୨ ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ । ପ୍ରଥମ ପର‌୍ୟ୍ୟାୟରେ ଆବେଦନ କରିଛନ୍ତି ୬୦ ଲକ୍ଷରୁ ଅଧିକ ଚାଷୀ । ଏହାପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଡ୍ରାପ୍ଟ ତାଲିକାରେ ୨୧ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ରୁ ୧୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସନ୍ତା ୨୫ ତାରିଖ ସୁଦ୍ଧା କାଳିଆ ଯୋଜନାର ସହାୟତା ଅର୍ଥ ଦିଆଯିବ। ୬୦ ଲକ୍ଷରୁ ଅଧିକ ଆବେଦନର ଯାଞ୍ଚ ସରିବା ପରେ ଦ୍ୱିତୀୟ ପର‌୍ୟ୍ୟାୟରେ ସେମାନଙ୍କୁ କାଳିଆ ସହାୟତା ଯୋଗାଇ ଦିଆଯିବ ।

କାଳିଆ ଯୋଜନାରେ ଦ୍ୱିତୀୟ ପର‌୍ୟ୍ୟାୟ ପଞ୍ଜିକରଣ ପାଇଁ ଆସନ୍ତା ୨୫ ତାରିଖରୁ ଫେବ୍ରୁଆରି ୫ ଯାଏଁ ଚାଲିବ । ସେହିପରି ତୃତୀୟ ପର‌୍ୟ୍ୟାୟ ଆବେଦନ ମାର୍ଚ୍ଚ ମାସରେ ହେବ । କାଳିଆ ଯୋଜନାକୁ ନେଇ ଚାଷୀ ଖୁବ୍ ଉତ୍ସାହିତ। କାଳିଆ ଯୋଜନାରୁ ଯେପରି କେହି ଜଣେ ଯୋଗ୍ୟ ହିତାଧିକାରୀ ବଂଚିତ ନ ହୁଅନ୍ତି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.