Below header

ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ର ଫୁଟ୍‌ ପେଟ୍ରୋଲିଂ, ଗଳି କନ୍ଦି ବୁଲି ଅସାମାଜିକ ଓ ଚୋରଙ୍କ ଉପରେ ରଖୁଛି ନଜର

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ କମିଶନରେଟ ପୋଲିସ ରାତି ଅଧିଆ ଫୁଟ୍‌ ପେଟ୍ରୋଲିଙ୍ଗ ଆରମ୍ଭ କରିଛି । ଡିସିପି, ଅତିରିକ୍ତ ଡିସିପି, ଏସିପି ଓ ସମସ୍ତ ଥାନା ଅଧିକାରୀ ଏହି ପେଟ୍ରୋଲିଂରେ ରହିବେ । ଫୁଟ୍‌ ପେଟ୍ରୋଲିଂ ଦ୍ଵାରା ରାଜଧାନୀରୁ କମିବ ଲୁଟ୍‌ ଏବଂ ସାବାଡ ହେବେ ରାତ୍ରୀ ଚୋର ।

କେନ୍ୟୁଜ୍(ବ୍ୟୁରୋ):ଅସାମାଜିକ ବ୍ୟକ୍ତି, ମଦୁଆ ଓ ଚୋର ସାବଧାନ୍‌। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ର ଫୁଟ୍‌ ପେଟ୍ରୋଲିଂ । ନୟାପଲ୍ଲୀ ଅଞ୍ଚଳର ଆଇଡି ମାର୍କେଟ, ବେହେରା ସାହି, ଜୟଦେବ ବିହାର, ଏନ 1, ଭଳି ଅନେକ ଜାଗାରେ ନୟାପଲି ଥାନା ଅଧିକାରୀଙ୍କ ନେତୃତ୍ୱରେ ୨ଟି ଟିମ୍‌ ଫୁଟ୍‌ ପେଟ୍ରୋଲିଂ କରିଛନ୍ତି । ବିଭିନ୍ନ ଗଳି କନ୍ଦି ବୁଲି ଅସାମାଜିକ ବ୍ୟକ୍ତି, ମଦୁଆ, ଚୋରଙ୍କ ଉପରେ ନଜର ରଖୁଛି ପୋଲିସ ।

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ କମିଶନରେଟ ପୋଲିସ ରାତି ଅଧିଆ ଫୁଟ୍‌ ପେଟ୍ରୋଲିଙ୍ଗ ଆରମ୍ଭ କରିଛି । ଡିସିପି, ଅତିରିକ୍ତ ଡିସିପି, ଏସିପି ଓ ସମସ୍ତ ଥାନା ଅଧିକାରୀ ଏହି ପେଟ୍ରୋଲିଂରେ ରହିବେ । ଫୁଟ୍‌ ପେଟ୍ରୋଲିଂ ଦ୍ଵାରା ରାଜଧାନୀରୁ କମିବ ଲୁଟ୍‌ ଏବଂ ସାବାଡ ହେବେ ରାତ୍ରୀ ଚୋର । ବିଭିନ୍ନ ଅଞ୍ଚଳରେ ହେବ ପୋଲିସର ମିଟିଂ ପଏଣ୍ଟ ।

ରାତିରେ କେମିତି ରହୁଛି ରାଜଧାନୀର ଜନ ଗହଳି ସେନେଇ ସ୍ଥିତି ପରଖିବେ ବିଭିନ୍ନ ଥାନା ଅଧିକାରୀ । ରେଳ ଷ୍ଟେସନ୍‌, ବସ୍‌ ଷ୍ଟେସନ୍‌ ସହ ହୋଟେଲରେ ହେବ ଚେକିଂ । ମାସକୁ ଦୁଇରୁ ତିନି ଥର ରାତି ଅଧିଆ ଫୁଟ୍‌ ପେଟ୍ରୋଲିଂ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.