Below header

ମଣିପୁର ଲଜ୍ଜା: ଆଉ ଜଣକୁ ଗିରଫ କଲା ପୋଲିସ, ଏପର୍ଯ୍ୟନ୍ତ ଘଟଣାରେ ୬ ଗିରଫ

ମଣିପୁର ଲଜ୍ଜା ଘଟଣାରେ ୬ଷ୍ଠ ଅଭିଯୁକ୍ତକୁ ଗିରଫ । ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ଦିନ ୫ମ ଅଭିଯୁକ୍ତ ଏବଂ ଶନିବାର ଦିନ ୬ଷ୍ଠ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏମାନଙ୍କୁ ହେପାଜତରେ ରଖି ପଚରାଉଚରା କରୁଛି ।

ମଣିପୁରର ଭାଇରଲ ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜାରି ରହିଛି । ଏହି ମାମଲାରେ ୬ଷ୍ଠ ଅଭିଯୁକ୍ତକୁ ପୋଲସ ଗିରଫ କରିଛି ବୋଲି ସୂଚନା ମିଳିଛି । ଏଥିରେ ଜଣେ ନାବାଳକ ରହିଛନ୍ତି । ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ଦିନ ୫ମ ଅଭିଯୁକ୍ତ ଏବଂ ଶନିବାର ଦିନ ୬ଷ୍ଠ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏମାନଙ୍କୁ ହେପାଜତରେ ରଖି ପଚରାଉଚରା କରୁଛି । ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ସର୍ବସାଧାରଣ ସ୍ଥାନରେ ଚଲାଇବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଏଥିସହିତ ଏହି ଘଟଣା ସହ ଜଡ଼ିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି ।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । ଏହି ଘଟଣା ପରେ ମଧ୍ୟ ମଣିପୁରରେ ହିଂସା ଥମୁନି । ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ବିରୋଧ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ।

ସୂଚନାଯୋଗ୍ୟ, ଉଲ୍ଲେଖଯୋଗ୍ୟ, ମଣିପୁରର କାଙ୍ଗପୋକପି ଜିଲ୍ଲା ଅନ୍ତର୍ଗତ ବି ଫାଇନୋମ୍ ଗ୍ରାମ ନିକଟ ରାଜପଥରେ କୁକି-ଜୋମି ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହିତ ଯୌନ ଉତ୍ପୀଡ଼ନ ଦେଇ ରାସ୍ତାରେ ବୁଲାଯିବା ପରେ ସାରା ଦେଶରେ ଏହାକୁ ନେଇ ତୀବ୍ର ନିନ୍ଦା କରାଯାଇଥିଲା । ଘଟଣାଟି ଗତ ମେ ୪ ତାରିଖରେ ଘଟିଥିଲା। ଏହି ଭିଡିଓକୁ ସେୟାର ନ କରାଇ ଦେବା ଲାଗି କେନ୍ଦ୍ର ସରକାର ମଧ୍ୟ ଟ୍ଵିଟର ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ପ୍ରତି ଆଦେଶ ଜାରି କରିଛନ୍ତି।

ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଦଳ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି। ଗିରଫ ୬ ଅଭିଯୁକ୍ତଙ୍କ ବ୍ୟତୀତ ଆହୁରି ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ଉପରେ ଆଇପିସିର ଧାରା ୩୦୨, ୩୭୬ ଡି, ୩୫୪, ୩୨୬ ଲାଗିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ବର୍ତ୍ତମାନ ଅଭିଯୁକ୍ତଙ୍କ ନିଜ ସମ୍ପ୍ରଦାୟର ଲୋକମାନେ ଖୋଲାଖୋଲି ଭାବେ ଅଭିଯୁକ୍ତଙ୍କୁ ବିରୋଧ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.