ଟଙ୍କା ଦିଅ ଆଧାର କାର୍ଡ ନିଅ, ଭଦ୍ରକ ନରସିଂହପୁରରୁ ଏଭଳି ଅଭିଯୋଗ ପରେ ତାଲା ପକାଇ ସେଣ୍ଟର ମାଲିକ ଫେରାର

ଭଦ୍ରକ(କେନ୍ୟୁଜ୍) : ଟଙ୍କା ଦିଅ, ଆଧାର କାର୍ଡ ନିଅ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ବାସୁଦେବପୁର ବ୍ଲକ ନରସିଂହପୁରରୁ। ନୂଆ ଆଧାର କାର୍ଡ ହେଉ କିମ୍ବା ସଂଶୋଧନ, ସେଥିପାଇଁ ୨୦୦ଟଙ୍କା ଦାବି କରୁଛନ୍ତି ସଂପୃକ୍ତ ସେଣ୍ଟର ମାଲିକ। ଏହାକୁ ବିରୋଧ କରି ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଲୋକମାନେ ପାଟିତୁଣ୍ଡ କରିବା ଫଳରେ ସେଣ୍ଟର ମାଲିକ ତୁରନ୍ତ ତାଲା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେପଟେ ତୁରନ୍ତ ସେଣ୍ଟର ମାଲିକଙ୍କୁ ଗିରଫ କରିବା ପାଇଁ ଲୋକମାନେ ଦାବି କରିଛନ୍ତି।