Below header

ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀ, NIA ଡିଜି ଯୋଗେଶ ଚନ୍ଦ୍ର ମୋଦିଙ୍କ ବଡ ବୟାନ

କେନ୍ୟୁଜ୍: ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ ସକ୍ରିୟ । ଦେଶରେ ବଢିବାରେ ଲାଗିଛି ଜମାତ-ଉଲ୍‌-ମୁଜାଉଦ୍ଦିନ୍ ସଙ୍ଗଠନର କାର୍ଯ୍ୟକଳାପ । ଓଡ଼ିଶା, ଝାଡଖଣ୍ଡ ଓ ଆସାମରେ ଆତଙ୍କବାଦୀଙ୍କ ଗତବିଧି ବଢିବାରେ ଲାଗିଛି । ସେହିପରି ବିହାର, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତବିଧି ବଢୁଥିବା ଜଣାପଡୁଛି । ଦିଲ୍ଲୀରେ ଆରମ୍ଭ ହୋଇଥିବା ଏନ୍‌ଆଇଏ ଜାତୀୟ ସମ୍ମିଳନୀରେ ଏହା କହିଛନ୍ତି ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି । ପାଖାପାଖି ୧୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇ ଗୁଇନ୍ଦା ସଂସ୍ଥାକୁ ଦିଆଯାଇଥିବା ଏନ୍‌ଆଇଏ ଡିଜି କହିଛନ୍ତି ।

ସେହିପରି ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଛନ୍ତି ଏନ୍‌ଏସଏ ଅଜିତ ଡୋଭାଲ । କହିଛନ୍ତି ଆତଙ୍କବାଦ ସମସ୍ୟା ନୂଆ ନୁହେଁ, ବିଗତ ୩୦ ବର୍ଷ ଧରି ଚରମ ସୀମାରେ ପହଞ୍ଚି ଏହି ସମସ୍ୟା । କାଶ୍ମୀରରେ ଆତଙ୍କବାଦଙ୍କ ବିରୋଧରେ ଏନ୍‌ଆଇଏ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଛି, ତାହା ଅନ୍ୟ ସଂସ୍ଥାଗୁଡ଼ିକ ଅପେକ୍ଷା ଯଥେଷ୍ଟ ଅଧିକ । ଆତଙ୍କବାଦକୁ ନେଇ ସେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ପାକିସ୍ତାନ, ଆତଙ୍କବାଦକୁ ନିଜ ସିଷ୍ଟମର ଏକ ଅଂଶ ବୋଲି ଭାବି ନେଇଛି । ଆଉ ଏହାର ବ୍ୟବହାର ଭାରତ ବିରୋଧରେ କରୁଛି ।

ଡୋଭାଲ କହିଛନ୍ତି, ଆତଙ୍କବାଦର ମୁକାବିଲା କରିବାକୁ ଆମେ ସଫଳ ହେଉଛୁ । ଏବେ ଆତଙ୍କବାଦୀ ବିଚାରଧାରାକୁ ଶେଷ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଏନ୍‌ଏସ୍‌ଏ ଅଜିତ ଡୋଭାଲ । ଦିଲ୍ଲୀରେ ଚାଲିଥିବା ଏନ୍‌ଆଇଏର ଜାତୀୟ କନଫରେନ୍ସ ଏନ୍‌ଏସ୍‌ଏ ଅଜିତ ଡୋଭାଙ୍କ ସମେତ ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଏବଂ ଏନ୍‌ଆଇଏ ଆଇଜି ଆଲୋକ ମିତଲ୍ଲ ପ୍ରମୁଖ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.