କୋକାକୋଲା କମ୍ପାନୀର ଭିନ୍ନ ପ୍ରୟାସ, ଆବର୍ଜନାରୁ ପ୍ରସ୍ତୁତ କଲା ଗ୍ରୀନ ବୋତଲ

ପୃଥିବୀକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ କୋକାକୋଲା କମ୍ପାନି ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରିଛନ୍ତି | ମୃଦ୍ୟୁ ପାନୀୟ ପ୍ରସ୍ତୁତକାରୀ  ଏହି କମ୍ପାନୀ ସମୁଦ୍ରରୁ ବାହାର କରାଯାଇଥିବା ପ୍ଲାଷ୍ଟିକକୁ ଉପଯୋଗ କରି ଏକ ଗ୍ରୀନ ବୋତଲ ତିଆରି କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ରିସାଇକଳ ବା ପୁନଃ ନବୀକରଣ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଛି । କମ୍ପାନୀ ତରଫରୁ ପ୍ରଥମ ସ୍ତରରେ ୩୦୦ଟି ବୋତଲକୁ ଉପଯୋଗ କରି ଏହି ବୋତଲକୁ   ପ୍ରସ୍ତୁତ   କରାଯାଇଛି । କମ୍ପାନୀ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି  ପୃଥିବୀକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ଏହିପରି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି  । କମ୍ପାନୀ ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତିକି   ବିଶ୍ବକୁ ପ୍ଲାଷ୍ଟିକ ମୁକ୍ତ କରିବାର ପ୍ରୟାସକୁ ନିଶ୍ଚିତ ରୂପେ ଆଗକୁ ବଢାଇବାରେ ସହାୟତା କରିବ । ଅନ୍ୟ ପକ୍ଷରେ କମ୍ପାନୀର ପ୍ରଥମ ଗ୍ରୀନ ଇନିଟିଏଟିଭ ଆଡକୁ  ମୁହାଁଇଛି । ଏଥିପାଇଁ କମ୍ପାନୀ ସ୍ପେନ ଓ ପର୍ତ୍ତୁଗାଲ ସ୍ଥିତ ୮୪ଟି ସମୁଦ୍ର ତଟରୁ ପ୍ଲାଷ୍ଟିକ ଆବର୍ଜନା ଗୁଡିକୁ ଏକାଠି କରାଯାଇଥିଲା । ଏହା ପରେ ଏଗୁଡ଼ିକୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଏକ ଗ୍ରୀନ ବୋତଲରେ ପରିଣତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.