କିଚେନ୍ ଡିୟୁଟିକୁ ନେଇ ଦେବୋଲିନା ଭଟାଚାର୍ଯ୍ୟଙ୍କୁ ଏପରି କଡ୍ଡା ଜବାବ୍ ଦେଲେ ଶିଳ୍ପା ସିନ୍ଧେ

ମୁମ୍ବାଇ: ‘ବିଗ୍ବସ୍-୧୧’ର ୱିନର ଶିଳ୍ପା ସିନ୍ଧେ ‘ବିଗ୍ବସ୍-୧୩’ର ପ୍ରତିଯୋଗୀ ଦେବୋଲିନା ଭଟାଚାର୍ଯ୍ୟଙ୍କୁ ଥଟା କରିଛନ୍ତି । ଥଟା କରିବାର କାରଣ ହେଉଛି ତାଙ୍କର କିଚେନ୍ ଡିୟୁଟିକୁ ନେଇ । ଆଜ୍ଞା ହଁ, ସେ କିଚେନ୍ ଡିୟୁଟିକୁ ନେଇ କାନ୍ଦିଥିବାରୁ ତାଙ୍କୁ ଥଟା କରିଛନ୍ତି ଶିଳ୍ପା। ଅଭିନେତ୍ରୀ ଶିଳ୍ପା ଅଭିଯୋଗ କରିଛନ୍ତି ଯେ, ସେ ସବୁବେଳେ କିଚେନ୍ରେ ରହୁଥିଲେ ବୋଲି କହି ଦେବୋଲିନା ତାଙ୍କୁ ଅପମାନିତ କରି ଟ୍ଵିଟ୍ କରିଥିଲେ। ସେ ଏବେ ନିଜେ ତାହାକୁ ବୁଝିସାରିବେଣି।
ଶିଳ୍ପା ଏକ ସାକ୍ଷାତକାରରେ କହିଛନ୍ତି କି, ‘କେବଳ ଦେବୋଲିନା ନୁହଁନ୍ତି ଏମିତି ଅନେକ ଟିଭି ତାରକା ଅଛନ୍ତି ଯିଏ କି ମୁଁ ବିଗ୍ବସ୍ ହାଉସ୍ରେ ଅଧିକାଂଶ ସମୟ କିଚେନ୍ରେ ରହୁଥିଲି ବୋଲି କହି ମୋର ମଜାକ ଉଡ଼ାଇଥିଲେ। ଆଶା କରୁଛି କି, ଦେବୋଲିନା ଏବେ ବୁଝିପାରୁଥିବେ ଯେ କିଚେନ୍ରେ ସମସ୍ତଙ୍କ ପାଇଁ ଖାଦ୍ୟ ବନାଇବା ପଛରେ କାରଣ କ’ଣ ଥାଏ। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ କିଚେନ୍ରେ କାମ କରିବା ଏକ ସଉକ ନୁହେଁ, ଏହା ଏକ ଟାସ୍କ ମଧ୍ୟ।’
ଏହାସହ ପଢନ୍ତୁ:
ଦ କପିଲ୍ ଶର୍ମା ସୋ ସେଟରୁ ଭାଇରାଲ୍ ହେଲା ଏହି ଭିଡିଓ, ଦେଖନ୍ତୁ ପୁଅ ସହିତ ମିଶି କଣ କରୁଛନ୍ତି ଅର୍ଚ୍ଚନା ପୁରନ