Below header

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ, ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠି ଥିଲେ ଅଟକାଇବନି ପୋଲିସ

କେନ୍ୟୁଜ(ବ୍ୟୁରୋ): ଆସନ୍ତାକାଲିଠୁ ଭୁବନେଶ୍ୱରରେ କିଛି କୋହଳ ହେବ ନାହିଁ । ଭୁବନେଶ୍ୱରରେ ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ପଡିବ ନାହିଁ। ସେମାନେ ନିଜର ଆଇଡି କାର୍ଡ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଚିଠିକୁ ଦେଖାଇ ଅଫିସ ଯାଇ ପାରିବେ।  ଏହି ଚିଠି କିମ୍ବା ଆଇଡି କାର୍ଡ ଦେଖାଇଲେ କୌଣସି ପୋଲିସ କର୍ମଚାରୀ ଅଟକାଇବେ ନାହିଁ । ଆଗାମୀ ନିର୍ଦ୍ଦେଶ ଯାଏଁ କଟକଣା ବଳବତ୍ତର ରହିବ ଓ ଭୁବନେଶ୍ୱରବାସୀଙ୍କ ସହଯୋଗ କାମନା କରୁଛି  ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.