Below header

ହୃଦୟ ଜିତିଲେ ବିଦେଶୀ ଦମ୍ପତି: କୋଳେଇ ନେଲେ ଅନାଥ ଦୁଇ ନାବାଳିକା ଭଉଣୀଙ୍କୁ

ଯାଜପୁର ଟାଉନ (କେନ୍ୟୁଜ୍): ଅନାଥ ଦୁଇ ଭଉଣୀଙ୍କୁ କୋଳେଇ ନେଲେ ବିଦେଶୀ ଦମ୍ପତି । ଯାଜପୁର ବ୍ୟାସନଗରର ଏକ ଅନାଥାଶ୍ରମରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ସରକାରଙ୍କ ନିୟମ ମୁତାବକ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଫ୍ରାନ୍ସରେ ରହୁଥିବା ଡାକ୍ତର ଏରିକ କରିମ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

ଏହି ଦମ୍ପତି ଦୁଇ ବର୍ଷ ତଳେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଆବେଦନ କରିଥିଲେ। ସରକାରୀ ଗାଇଡଲାଇନକୁ ଅନୁପାଳନ କରି ଏହି ଦମ୍ପତିଙ୍କୁ ନାବାଳିକା ଭଉଣୀଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.