ମାଓବାଦୀଙ୍କ ବର୍ବରକାଣ୍ଡ: ମନୋହରପୁରର ପୂର୍ବତନ ବିଜେପି ବିଧାୟକଙ୍କୁ ଆକ୍ରମଣ, ୨ ଅଙ୍ଗରକ୍ଷୀଙ୍କୁ କଲେ ହତ୍ୟା

ରାଉରକେଲା(କେନ୍ଯୁଜ୍): ଓଡ଼ିଶା ଝାଡଖଣ୍ଡ ସୀମାନ୍ତରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ମନୋହରପୁର ପୂର୍ବତନ ବିଜେପି ବିଧାୟକ ଗୁରୁଚରଣ ନାୟକଙ୍କ ଉପରେ ମାଓବାଦୀ ଆକ୍ରମଣ କରିବା ସହ ତାଙ୍କର ଦୁଇ ଅଙ୍ଗରକ୍ଷୀଙ୍କୁ ହତ୍ୟା କରିଛନ୍ତି ।

ହତ୍ୟା ପରେ ଅଙ୍ଗରକ୍ଷୀଙ୍କ ଅସ୍ତ୍ର ଶସ୍ତ୍ର ଲୁଟିନେବା ସହ ତାଙ୍କ ମୃତଦେହକୁ ଫୋପାଡ଼ି ପଳେଇଛନ୍ତି । ଗୁରୁଚରଣ ଗୋଇଲକେରାର ଝିଲରୁବା ଅଞ୍ଚଳରେ ହେଉଥିବା ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗ ଦେବାକୁ ଯାଇଥିଲେ ଗୁରୁଚରଣ । କାର୍ଯ୍ୟକ୍ରମ ପରେ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମାଓବାଦୀ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.