Below header

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ପରଲୋକ, ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ପରଲୋକ। ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ୧୯୫୭ ବ୍ୟାଚ ଆଇଏଏସ ଟପ୍ପର ହେଉଛନ୍ତି ଏମଏମ ରାଜେନ୍ଦ୍ରନ।

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ପରଲୋକ। ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ୧୯୫୭ ବ୍ୟାଚ ଆଇଏଏସ ଟପ୍ପର ହେଉଛନ୍ତି ଏମଏମ ରାଜେନ୍ଦ୍ରନ। ଓଡ଼ିଶାର ରାଜ୍ୟପାଳ ହେବା ପୂର୍ବରୁ ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଥିଲା। ସେ ତାମିଲନାଡ଼ୁର ମୁଖ୍ୟ ଶାସନ ସଚିବ ଥିଲେ। ୧୯୯୯ ମହାବାତ୍ୟା ପରେ ସେ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ।

୧୯୬୪ରେ ଧନୁସକୁଡ଼ି ଜିଲ୍ଲାର ଜିଲ୍ଲାପାଳ ଥିବା ବେଳେ ବାତ୍ୟା ମୁକାବିଲା ନେଇ ବଡ଼ ଅଭିଜ୍ଞତା ହାସଲ କରିଥିଲେ। ଓଡ଼ିଶାରେ ବିପର୍ଯ୍ୟୟ ମୁକାବିଲା ଯୋଜନାରେ ତାଙ୍କର ଏହି ଅଭିଜ୍ଞାନ କାମରେ ଲାଗିଥିଲା। ବହୁମୁଖୀ ପ୍ରତିଭା ଥିଲେ ଏମଏମ ରାଜେନ୍ଦ୍ରନ। ୟୁନିସେଫ କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟ ଏବଂ ନ୍ୟୁୟର୍କରେ ଏହାର ପ୍ରୋଗ୍ରାମ କମିଟିର ସଦସ୍ୟ ଥିଲେ। ରାଜେନ୍ଦ୍ରନଙ୍କ ପରଲୋକରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କିସ ଓ କିଟ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.