ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନିଷ୍ଟ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌

ଜୟପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟ ଶନିବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ପୂର୍ବତନ କନିଷ୍ଟ ଯନ୍ତ୍ରୀ (ଜେଇ) ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ।

ଭୁବନେଶ୍ୱର: ଜୟପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟ ଶନିବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ପୂର୍ବତନ କନିଷ୍ଟ ଯନ୍ତ୍ରୀ (ଜେଇ) ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଏଥିସହିତ କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ସରୋଜ କୁମାର ପଣ୍ଡା ରାୟଗଡ଼ା ଜିଲ୍ଲା ଗୁଣପୁରରେ କନିଷ୍ଟ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୩ ମସିହାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । କୋର୍ଟ ରାୟ ପରେ ଜେଇ ପଣ୍ଡାଙ୍କୁ ଚାକିରିରୁ ବହିସ୍କାର କରିବା ପାଇଁ ଅଫିସ ସୂତ୍ରରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

Leave A Reply

Your email address will not be published.