ଇସ୍ରାଏଲ-ଇରାନ ଛାୟା ଯୁଦ୍ଧ; ଆମେରିକାରେ ହାଇଆଲର୍ଟ ଜାରି

ଇସ୍ରାଏଲ-ଇରାନ ଛାୟା ଯୁଦ୍ଧ ମଧ୍ୟରେ ଆମେରିକାରେ ହାଇଆଲର୍ଟ ଜାରି ହୋଇଛି । ଗୋଟିଏ ପଟେ ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇସ୍ରାଏଲ ଉପରେ ନୂଆ ସମସ୍ୟା ସୃଷ୍ଟି ହୋଇଛି । ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଚଳାଇଛି ଇରାନ ।

ଇସ୍ରାଏଲ-ଇରାନ ଛାୟା ଯୁଦ୍ଧ ମଧ୍ୟରେ ଆମେରିକାରେ ହାଇଆଲର୍ଟ ଜାରି ହୋଇଛି । ଗୋଟିଏ ପଟେ ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇସ୍ରାଏଲ ଉପରେ ନୂଆ ସମସ୍ୟା ସୃଷ୍ଟି ହୋଇଛି । ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଚଳାଇଛି ଇରାନ । ସିରିଆର ରାଜଧାନୀ ଡାମାସକସ ଇରାନୀ ଦୂତବାସ ନିକଟରେ ଇସ୍ରାଏଲର ଆକ୍ରମଣ ପରେ ଏହାର ବଦଲା ନେବାକୁ ପ୍ରସ୍ତୁତ ଇରାନ ସେନା । କିଛି ମାସ ହେଲା ସିରିଆ ସ୍ଥିତ ଇରାନୀ ବାଣିଜ୍ୟିକ କେନ୍ଦ୍ରକୁ ଟାର୍ଗେଟ କରିଆସୁଛି IDF । ଡାମାସକସରେ ଇରାନର ଦୂତବାସ ନିକଟରେ ଆକ୍ରମଣ ପରେ ଇସ୍ରାଏଲରେ ଜାରି ହୋଇଛି ହାଇଆଲର୍ଟ । ସୈନ୍ୟଙ୍କ ଛୁଟି ବାତିଲ କରାଯାଇଛି ।

ବିମାନ ବନ୍ଦର ସମେତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୁରକ୍ଷାକୁ କଡାକଡି କରାଯାଇଛି । ଏପଟେ ଇସ୍ରାଏଲ-ଇରାନ ସଂଘର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପିଏମ ବେଞ୍ଜାମିନ ନେତ୍ୟାୟାହୁଙ୍କ ସହ ଫୋନରେ କଥା ହୋଇ ସବୁ ପ୍ରକାର ସହଯୋଗ ପାଇଁ ଆଶ୍ବାସନା ଦେଇଛନ୍ତି । ତେବେ ନେତ୍ୟାୟାହୁଙ୍କ ମାୟାଜାଲରେ ନଫସିବାକୁ ହ୍ବାଇଟ ହାଉସକୁ ଚେତାବନୀ ଦେଇଛି ଇରାନ । ଏହି ବିବାଦରେ ହସ୍ତକ୍ଷେପ ନ କରିବାକୁ ଇରାନ ନେତା ମହମ୍ମଦ ଜାମ୍‌ସିଦି ଆମେରିକାକୁ ଖୋଲା ଖୋଲି କହିଛନ୍ତି । ଏହା ପରେ ହାଇଆଲର୍ଟ ଜାରି କରିଛି ଆମେରିକା।

 

Leave A Reply

Your email address will not be published.