Below header

ଏ ପୁଳା ପୁଳା ଟଙ୍କା ଯାଉଥିଲା କୁଆଡ଼େ ? ପୋଲିସ୍‌ କରୁଛି ତଦନ୍ତ

ପୁଳା ପୁଳା ଟଙ୍କା । ଥାକ ମରା ହୋଇ ଥାନା ଭିତରେ ଥୁଆ ହୋଇଛି । ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା ? କାହାକୁ ଦିଆ ଯାଇଥାନ୍ତା ? କିଏ କେଉଁଠିକୁ ନେଉଥିଲା ? ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ଘଟଣା ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ।

ସୁବର୍ଣ୍ଣପୁର : ପୁଳା ପୁଳା ଟଙ୍କା । ଥାକ ମରା ହୋଇ ଥାନା ଭିତରେ ଥୁଆ ହୋଇଛି । ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା ? କାହାକୁ ଦିଆ ଯାଇଥାନ୍ତା ? କିଏ କେଉଁଠିକୁ ନେଉଥିଲା ? ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ଘଟଣା ହେଉଛି ସୁବର୍ଣ୍ଣପୁର ଜିଲ୍ଲାର । ଜିଲ୍ଲା ବିନିକାରେ ଚେକିଙ୍ଗ ବେଳେ କଲେଜ ଛକ ନିକଟରୁ ଏକ ଇନୋଭା କାରରୁ ଜବତ ହୋଇଛି ୫୫ ଲକ୍ଷ ୨୦ ହଜାର ଟଙ୍କା । ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ପୋଲିସ ସ୍ଥାନୀୟ କଲେଜ ଛକ ନିକଟରେ ନାକାବନ୍ଦୀ କରୁଥିଲା । ସନ୍ଦେହରେ ଇନୋଭା ଗାଡିକୁ ଅଟକାଇ ଥିଲା l ଗାଡ଼ିରେ ଜଣ ବସିଥିଲେ । ସେମାନେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାକୁ ଯାଉଥିଲେ ବୋଲି ସୂଚନା ମିଳିଛି l

ସେମାନେ ବସିଥିବା ଇନୋଭା ଗାଡ଼ିରୁ ମିଳିଲା ୫୫ ଲକ୍ଷ ୨୦ ହଜାର ଟଙ୍କା । ପୋଲିସ୍‌ ସେହି ସବୁ ଟଙ୍କାକୁ ଜବତ କରି ଅଧିକ ତଦନ୍ତ ଚାଲିଛି l ତେବେ ଟଙ୍କାକୁ ନେଇ ଥିବା ଅନେକ ପ୍ରକାର ସନ୍ଦେହ ସ୍ପଷ୍ଟ ହୋଇନାହିଁ । ଏ ନିର୍ବାଚନ କାଳରେ କାଳେ ଏହି ଟଙ୍କା ବଣ୍ଟା ଯିବାକୁ ଯାଉଥିଲା କି ? ଅନ୍ୟ ରାଜ୍ୟକୁ କାହିଁକି ଏତେ ପରିମାଣର ଟଙ୍କା ଯାଉଥିଲା ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ବିନିକା ପୋଲିସ୍‌ । ଇନୋଭାରେ ବସିଥିବା ଚାରିଜଣ ବ୍ୟକ୍ତିଙ୍କୁ ଟଙ୍କା ସମ୍ପର୍କରେ ପଚରା ଉଚରା କରୁଛି । ତଦନ୍ତ ଶେଷ ହେଲା ପରେ ସ୍ପଷ୍ଟ ହେବ ଏହି ୫୫ ଲକ୍ଷ ଟଙ୍କାର ରହସ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.