Below header

ବାଲେଶ୍ୱର ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସପେଣ୍ଡ

ବାଲେଶ୍ୱର : ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ସସପେଣ୍ଡ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ସେ ବାଲେଶ୍ୱର ବିଧାନସଭା ଆସନରୁ ବିଜେଡି ଟିକେଟରେ ଦୁଇ ଥର ବିଧାୟକ ହୋଇଥିଲେ ।

ଗତ ୧୯ ନିର୍ବାଚନରେ ଦଳୀୟ ଟିକେଟରେ ଲଢିିଥିଲେ ମଧ୍ୟ ପରାଜିତ ହୋଇଥିଲେ । ତାଙ୍କୁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ନିଲମ୍ବନ କରାଯାଇଛି । ଅନ୍ଯପଟେ ଏନେଇ ଜୀବନ ପ୍ରଦୀପ ଦାସଙ୍କ ପ୍ରତିକ୍ରୀୟା ମିଳିଛି । ସେ କହିଛନ୍ତି, ତାଙ୍କୁ ଏ ଯାଏ କୌଣସି ନୋଟିସ ମିଳିନାହିଁ। ତେବେ ସେ ତାଙ୍କ ଜାଣତରେ କିମ୍ବା ଅଜାଣତରେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନଥିବା କହିଛନ୍ତି। ଏହାସହ ତାଙ୍କୁ ଯାହା ଦାୟୀତ୍ବ ଦିଆଯାଇଛି ସେ ତାହାକୁ ନିର୍ବାହ କରିଥିବା ସହିତ, ତାଙ୍କୁ ନିଲମ୍ବିତ କରାଯିବାର ପ୍ରକ୍ରୁତ କାରଣ ଜଣାନଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.