୮ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କଲେ ଗୌହର ଖାନ୍‌, ଡିସେମ୍ବରରେ କରିବେ ବିବାହ

ବିଗ୍‌ବସ୍‌ ୭ର ବିଜେତା ଗୌହର ଖାନ୍‌ ନିର୍ବନ୍ଧ କରିଛନ୍ତି। ଇସ୍‌ମାଲ ଦରବାରଙ୍କ ପୁଅ ଜୈଦ ଦରବାରଙ୍କ ସହ ଗୌହରଙ୍କ ନିର୍ବନ୍ଧ ଶେଷ ହୋଇଛି। ଜୈଦ ଗେଯହରଙ୍କ ଠାରୁ ୮ ବର୍ଷ ସାନ। ପୂର୍ବରୁ ସେମାନେ ରିଲେସନ୍‌ସିପ୍‌ରେ ଥିବା ବେଳେ ଏବେ ନିର୍ବନ୍ଧ କରିଛନ୍ତି। ତେବେ ନିର୍ବନ୍ଧ ପୂର୍ବରୁ ମଧ୍ୟ ଗୌହର ଜୈଦଙ୍କ ସହ ସୋସିଆଲ ମିଡିଆରେ ପ୍ରାୟତଃ ଫଟୋ ସେୟାର କରିଥାନ୍ତି। ସେମାନେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି।

 

View this post on Instagram

 

💍♥️ @zaid_darbar

A post shared by GAUAHAR KHAN (@gauaharkhan) on

ଗୌହର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ନିର୍ବନ୍ଧ ବେଳର ଫଟୋ ସେୟାର କରିଛନ୍ତି। ଭାବି ସ୍ୱାମୀଙ୍କ ସହ ସେୟାର କରିଥିବା ଫଟୋରେ ‘ସି ସେଇଡ୍‌ ହେସ୍‌’ ବା ସେ ହଁ କହିଲେ ଲେଖାଯାଇଛି। ଅର୍ଥାତ୍‌ ଗୌହର ଜୈଦଙ୍କ ସହ ନିର୍ବନ୍ଧ କରିବାକୁ ହଁ ଭରିଛନ୍ତି। ଏଥିସହ କ୍ୟାପସନ୍‌ରେ ସେ ନିର୍ବନ୍ଧ ମୁଦି ଥିବା ଇମୋଜି ମଧ୍ୟ ସେୟାର କରିଛନ୍ତି।

gauhar

ସୂଚନାଯୋଗ୍ୟ ଯେ ଗୌହର ଓ ଜୈଦ ପରସ୍ପର ପାଇଁ ସୋସିଆଲ ମିଡିଆରେ ପ୍ରାୟତଃ ପୋଷ୍ଟ ସେୟାର କରିଥାନ୍ତି। ରିପୋର୍ଟ ମୁତାବକ ଗୌହର ଓ ଜୈଦ ଚଳିତ ମାସ ଡିସେମ୍ବରରେ ବିବାହ କରିବେ। ଉଭୟେ ଡିସେମ୍ବର ୨୪ରେ ହାତକୁ ଦୁଇ ହାତ ହେବେ। ମୁମ୍ବାଇର ହୋଟେଲରେ ସେମାନେ ପାର୍ଟି ଦେବେ ବୋଲି ଜଣାପଡ଼ିଛି। ପ୍ରକାଶ ଯେ ଉଭୟେ କିଛିଦିନ ତଳେ ପ୍ରି େଓ୍ଵଡିଂ ଫଟୋ ସୁଟ୍‌ ପାଇଁ ଗୋଆ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.