ବାଲେଶ୍ଵର: ସମୁଦ୍ରକୁ ମାଛ ଧରିବା ବେଳେ ଜାଲରେ ଲାଗିଲା ରକେଟ୍‌

ସୋର: ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଲାଗିଲା ରକେଟ୍‌ । ବାଲେଶ୍ଵର ଜିଲ୍ଲା ବାହାନଗା ପଞ୍ଚୁବିସା ନଦୀ ପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଏକ ରକେଟ୍‌ ଲାଗିଥିଲା । ମତ୍ସ୍ୟଜୀବୀମାନେ ପ୍ରଥମେ ଆତଙ୍କିତ ହୋଇ ପଡିଥିଲା ପରେ ଏହାକୁ ଉଦ୍ଧାର କରି ବୋଟ ସାହାଯ୍ୟରେ ସମୁଦ୍ର କୂଳକୁ ଆଣିଥିଲେ ।

ଗତକାଲି ଚାନ୍ଦିପୁର ଆଇଟିଆରରୁ ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷା କରାଯାଇଥିଲା । ଏକାଧିକ କ୍ରମେ ରକେଟ ଲଞ୍ଚରୁ ୪୮ ସେକେଣ୍ଡରେ ୬ଟି ରକେଟ୍‌ ନିକ୍ଷେପ କରାଯାଇଥିଲା । ‘ପିନାକ’ ସର୍ବାଧିକ ଦୂରତା ଅତିକ୍ରମ କରିଥିଲା । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିବା ରକେଟ ଗତକାଲି ପରୀକ୍ଷଣ ହୋଇଥିବା ରକେଟର ଅଂଶବିଶେଷ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.