କୋର୍ଟ ଗଲେ ଟ୍ରମ୍ପ, ଭୋଟ ଗଣତିକୁ ନେଇ ଜାହିର କଲେ ଅସନ୍ତୋଷ

ଶେଷରେ କାଠଗଡ଼ାରେ ପହଁଚିଲା ଆମେରିକା ନିର୍ବାଚନ ଲଢ଼େଇ । ଭୋଟ ଗଣତିକୁ ନେଇ ଅସନ୍ତୋଷ ଟ୍ରମ୍ଫ । ଆଣିଲେ ସାଙ୍ଘାତିକ ଅଭିଯୋଗ । ଜର୍ଜିଆରେ ଭୋଟ ଗଣନା ବନ୍ଦ କରିବାକୁ କୋର୍ଟ ଗଲେ ଟ୍ରମ୍ପ । ଏହା ସହ ପେନସିଲଭାନିଆ ଓ ମିସିଗନର ଗଣତି ରୋକିବାକୁ ଦାବି କରିଛନ୍ତି ଟ୍ରମ୍ପ । ଗଣତି ଶେଷ ହୋଇଥିବା ଓ୍ଵିସକିନସନ ଗଣତି ପୁଣି କରିବାକୁ ସେ ଦାବି କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡୋନାଲଡ ଟ୍ରମ୍ପ ।

କିଛି ରାଜ୍ୟରେ ଭୋଟିଂରେ ଗଡ଼ବଡ଼ ହୋଇଥିବା ଅଭିଯୋଗ ଆଣିଛନ୍ତି । ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ପ୍ରଥମେ ସେ ଆଗରେ ଚାଲିଥିବା ହଟାତ କେମିତି ପଛେଇ ଯାଇଛନ୍ତି । ଅଚାନକ ବାଇଡେନଙ୍କ ସପକ୍ଷରେ କିପରି ଭୋଟ ଯାଇଛି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । କହିରଖିବା ଉଚିତ ହେବ ଯେ , ରାଷ୍ଟ୍ରପତି ନିର୍ବାଚନରେ ମ୍ୟାଜିକ ନମ୍ବର ପାଖାପାଖି ପହଞ୍ଚିସାରିଛନ୍ତି ଜୋ ବାଇଡେନ । ଏଯାବତ ୨୬୪ ସିଟରେ ବାଇଡେନ ଲିଡ଼ କରୁଥିବା ବେଳେ ୨୧୪ ରେ ଟ୍ରମ୍ପ ଆଗୁଆ ଅଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.