Below header

ସିମୁଳିଆ ମାର୍କେଟରେ ଅଭାବନୀୟ ଘଟଣା, ନାବାଳକ ମୋବାଇଲ ଚୋରକୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଲୋକେ

ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ମାର୍କେଟରେ ଏକ ଅଭାବନୀୟ ଘଟଣା। ଜଣେ ନାବାଳକ ମୋବାଇଲ  ଚୋରକୁ ଖୁଣ୍ଟରେ ବାନ୍ଧି  ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଜନସାଧାରଣ । ସୂଚନା ଅନୁଯାୟୀ  ଗତକାଲି ସକାଳେ ସିମୁଳିଆ ମାଛ ମାର୍କେଟରେ ଗହଳି ଭିତରେ ଜଳେଶ୍ବର ଅଞ୍ଚଳର ଜଣେ ନାବାଳକ ଜନୈକ ବ୍ଯକ୍ତିଙ୍କ ପକେଟରୁ ମୋବାଇଲ କାଢୁଥିବା ସମୟରେ ପାଖରେ ଛିଡା ହୋଇଥିବା ଅନ୍ଯ ବ୍ଯକ୍ତି ଜଣକ ଏହାକୁ ଦେଖିକାବୁ କରିନେଇଥିଲେ।

ଏହାପରେ ମାର୍କେଟରେ ଥିବା ଅନ୍ଯ ଲୋକମାନେ ଆସି ନାବାଳକ ଜଣକୁ ଗଛରେ ବାନ୍ଧି ପକାଇ ନିର୍ଦ୍ଧୁମ ମାଡ ମାରିଥିଲେ। ସିମୁଳିଆ ମାର୍କେଟରୁ ବାଲିଆପାଳ ଥାନା ମାତ୍ର ୫୦୦ ମିଟର ଦୂର ହୋଇଥିବାବେଳେ  ଲୋକେ ପୋଲିସକୁ  ଖବର ନଦେଇ କଙ୍ଗାରୁ କୋର୍ଟ କରି  କିଭଳି ଭାବରେ ଆଇନକୁ ନିଜ ହାତକୁ ନେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କିଛି ସମୟ ପରେ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ନାବାଳକୁ ଥାନାକୁ ନେଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.