Below header

କରୋନାରେ ଆଖି ବୁଜିଲେ ମୟୁରଭଞ୍ଜ ଜିଲ୍ଲାର ପୁର୍ବତନ ସାଂସଦ ଭାଗିରଥି ମାଝୀ

ମୟୂରଭଞ୍ଜ(କେନ୍ୟୁଜ୍):  କରୋନାରେ ଆଖି ବୁଜିଲେ ମୟୁରଭଞ୍ଜ ଜିଲ୍ଲାର ପୁର୍ବତନ ସାଂସଦ ଭାଗିରଥି ମାଝୀ। ଆଜି ସକାଳ ୧୧.୫୫ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳେକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।  କିଛି ଦିନ ହେବ ସେ କରୋନାରେ ଆକ୍ରାନ୍ତ ହୋଇ ବାରିପଦା କୋଭିଡ଼ି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଜି ସକାଳୁ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଶ୍ରୀଯୁକ୍ତ ମାଝୀ ୨୦୦୬ ରୁ ୨୦୧୦ ମସିହାରେ  ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟସଭା ସାଂସଦ ହୋଇଥିଲେ । ତାଙ୍କ ମୃତ୍ୟୁରେ ରାଜନୈତିକ ମହଲରେ  ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.