ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨ହଜାର ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଟିକା ପ୍ରଦାନ, ପଞ୍ଜିକରଣ କରିଛନ୍ତି ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ

କେନ୍ୟୁଜ୍(ବ୍ୟୁରୋ): କେବେ ଆସିବ କୋଭିଡ୍‌ ଭ୍ୟାକସିନ୍‌ ? ବିଶ୍ୱର ବିଭିନ୍ନ ଦେଶ ଟିକା ବିକଶିତ କରିବା କାମରେ ଲାଗିଛନ୍ତି । ଟିକା ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨ହଜାର ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଅନଲାଇନ ମାଧ୍ୟମରେ ଏନେଇ ଡାଟା ପ୍ରସ୍ତୁତ ହୋଇଛି । ପାଖାପାଖି ୯୮ ପ୍ରତିଶତ ଅର୍ଥାତ ୨ଲକ୍ଷ ୯୫ ହଜାର କର୍ମୀଙ୍କ ଅନଲାଇନ ମାଧ୍ୟମରେ ଆଧାର କାର୍ଡ ସହ ପଞ୍ଜୀକୃତ କରାଯାଇଛି । ଏହାକୁ କୋଭିଡ-୧୨୯ ଭାକ୍‌ସିନେସନ ବେନିଫିସିଆରିି ମ୍ୟାନେଜମେଣ୍ଟ ସିଷ୍ଟମ ଭାବେ ନାମିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

covid vaccine

ସେପଟେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଭାରତୀୟଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଦିଆଯିବ କରୋନା ଭ୍ୟାକସିନ୍‌ । ୭୦ ଲକ୍ଷ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଓ ସାମରିକ ବାହିନୀଙ୍କୁ ଟିକା ଦିଆଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାରେ ଅନ୍ୟ ରୋଗରେ ପୀଡ଼ିତ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.