Below header

ଶ୍ୱଶୁର ଘରୁ ରାଉରକେଲା ବାର୍‌ ଆସୋସିଏସନ୍‌ର ପୂର୍ବତନ ସଭାପତିଙ୍କ ଝୁଲନ୍ତା ମୃତଦେହ ଠାବ

ରାଉରକେଲା (କେନ୍ୟୁଜ୍):ରାଉରକେଲା ବାର୍‌ ଆସୋସିଏସନ୍‌ର ପୂର୍ବତନ ସଭାପତି ରମେଶ ବଳଙ୍କ ସନ୍ଦେହଜନକ ମୃତ୍ୟୁ। ଆଜି ଭୋରରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଡେଲି ମାର୍କେଟସ୍ଥିତ ଶ୍ୱଶୁର ଘରୁ ରମେଶ ବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦୀର୍ଘ ବର୍ଷ ହେବ ପତ୍ନୀ ଓ ୨ ପୁଅଙ୍କ ସହ ଶ୍ୱଶୁର ଘରେ ରହୁଥିଲେ। ଆଜି ସକାଳେ ପରିବାରର ସଦସ୍ୟମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପ୍ଲାଣ୍ଟସାଇଟ୍‌ ଥାନାରେ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

ତେବେ ବରିଷ୍ଠ ଆଇନଜୀବୀ କଣ ପାଇଁ ଆତ୍ମହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ ରହିଛି। ୧୬ ଥର ବାର୍‌ ଆସୋସିଏସନ୍‌ର ସଭାପତି ହୋଇଥିଲେ ରମେଶ ବଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.