ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ପୁରୀ: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସହ ଅନ୍ୟ ଶକ୍ତି ପୀଠରେ ଚାଲିଛି ନବରାତ୍ର ପୂଜା

ପୁରୀ(କେନ୍ୟୁଜ୍): ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସହ ଅଷ୍ଟଶକ୍ତି ପୀଠରେ ପୂଜା ପରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ମା ରାମଚଣ୍ଡୀ, ମା ମରୀଚିକା, ମା ଅଲାମଚଣ୍ଡୀ, ମା ବାସେଳୀଙ୍କ ସହ ଅନ୍ୟ ଶକ୍ତି ପୀଠରେ ଚାଲିଛି ପୂଜା। ପୁରୀରେ ଶାରଦୀୟ ଦୁର୍ଗାପୂଜା ଗୋ ପୂଜା ଭାବେ ପରିଚିତ। ପ୍ରତି ଶକ୍ତି ପୀଠରେ ଚଣ୍ଡୀପାଠ ସହ ମାଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ଆଶ୍ୱିନ ଶୁକ୍ଳ ଦ୍ୱିତୀୟା ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ଶକ୍ତି ପୀଠରେ ମାଙ୍କ ସ୍ୱତନ୍ତ୍ର ବେଶ ସହ ପୂଜାର ଆୟୋଜନ ହୋଇଛି। ମନ୍ତ୍ର ଧ୍ୱନି ଓ ଚଣ୍ଡୀ ପାଠରେ ସମସ୍ତ ଶକ୍ତି ପୀଠରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଶ୍ରୀକ୍ଷେତ୍ରର ୨୬ଟି ସ୍ଥାନରେ ଗୋଷାଣୀଙ୍କୁ ପୂଜା କରାଯାଉଛି।

ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ଶକ୍ତି ପୀଠରେ ନବରାତ୍ରୀପୂଜା ଆରମ୍ଭ । ଏହି ୯ ଦିନ ମାଆ ମଝିଘରିଆଣୀ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମନ୍ଦିରକୁ ସୁନ୍ଦର ଭାବେ ଫୁଲରେ ସଜାଇ ଦିଆଯାଇଛି । ମନ୍ଦିରରେ ଏହି ୯ ଦିନ ଚଣ୍ଡି ପାଠ, ଯଜ୍ଞର ଆୟୋଜନ କରାଯାଇଛି । ପ୍ରଥମ ପ୍ରତିପଦାଦିନ ମାଆଙ୍କର ଖଣ୍ଡାକୁ ପୂଜା କରଯିବ । ବର୍ଷର ମାତ୍ର ଗୋଟିଏ ଦିନ ଏହି ଖଣ୍ଡା ପୂଜା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.