ଖେଳୁଥିବାବେଳେ ପାଳ ଗଦାରେ ଲାଗିଲା ନିଆଁ, 3 ଶିଶୁ ମୃତ ଜଣେ ଗୁରୁତର

ଗଞ୍ଜାମ (କେନ୍ୟୁଜ୍) : ଅଭାବନୀୟ ଘଟଣା । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଖଇରଛଟର ଗାଁରେ ପାଳଗଦା ନିଆଁରୁ ଜଳିଗଲେ ଚାରି ଜଣ ଶିଶୁ । ସେମାନଙ୍କ ଭିତରୁ ତିନି ଜଣଙ୍କର ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକମାନେ ହେଲେ ସାଇରାମ ଜେନା, ଦୀପକ ଗୌଡ଼ ଓ ଇତିଶ୍ରୀ ଜେନା । ଆଲୋକ ଜେନାଙ୍କର ଏବେ ଚିକିତ୍ସା ଚାଲିଛି । ସମସ୍ତଙ୍କ ଶରୀରର ୮୦ ପ୍ରତିଶତ ଜଳି ଯାଇଛି । ଆଜି ପିଲାମାନେ ପାଳଗଦା ଉପରେ ଖେଳୁଥିଲେ । ଏତିକିବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା । ନିଆଁ ଭିତରେ ଫସି ଯାଇଥିଲେ ଚାରି ଜଣ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଶରୀରର ୮୦ ଭାଗ ଜଳି ଯାଇଥିଲା । ସମସ୍ତ ଗୁରୁତରଙ୍କୁ ପ୍ରଥମେ ପୋଲସରା ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ କେମିତି ଓ କିଭଳି ଲାଗିଲା ସେନେଇ କିଛି ସ୍ପଷ୍ଟ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.