Below header

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା ଝାରସୁଗୁଡ଼ା ପୋଲିସକୁ ବ଼ଡ ସଫଳତା, ଫେରାର ୪ ଦୁର୍ବୃତ୍ତଙ୍କୁ ପୋଲିସର ଏନକାଉଣ୍ଟର

ଝାରସୁଗୁଡ଼ା : ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା ଝାରସୁଗୁଡ଼ା ପୋଲିସକୁ ବ଼ଡ ସଫଳତା। ଗୁଳିମାଡ଼ କରି ଫେରାର ହୋଇଯାଇଥିବା ୪ ଦୁର୍ବୃତ୍ତଙ୍କୁ ପୋଲିସର ଏନକାଉଣ୍ଟର। ଗତକାଲି ରାତିରେ ବ୍ରଜରାଜନଗର ଲକ୍ଷ୍ମୀ କାଫେରେ ସୁମିତ ଘୋଷଙ୍କୁ ଗୁଳିମାରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ସେମାନଙ୍କୁ ଧରିବାକୁ ଯାଇ ପୋଲିସ ସହରକୁ ସିଲ କରି ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଥିଲେ। ସୁମିତଙ୍କୁ ହତ୍ୟା କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିଚଳାଇବାକୁ ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥଲା। ଏଥିରେ ଗାନ୍ଧିଛକ ଫାଣ୍ଡି ଅଧିକାରୀ ଆହତ ହୋଇଥିବା ବେଳେ ୪ଜଣ ଦୁର୍ବୃତ୍ତ ମଧ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାରିଜଣ ଅଭିଯୁକ୍ତ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ ଓ ରଫିକ ଅନସାରୀ।ଏମାନେ ସୁମିତ ଉପରକୁ ଗୁଳିମାଡ଼ କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି। ସୁମିତ ଘୋଷ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁର ଭାଇ ହୋଇଥିବାରୁ ଗୁଳିମାଡ଼ ପରେ ସହରରେ ଭୟର ବାତାବରଣ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.