ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀଙ୍କୁ ମିଳିଲା ଆରବିଏସ୍ ଆର୍ଥ ହିରୋ ପୁରସ୍କାର-୨୦୧୯

ଭୁବନେଶ୍ବର: ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ମାନ୍ୟବର ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓଡିଶାରେ ୨୦ଲକ୍ଷରୁ ଅଧିକ ମହିଳାଙ୍କ ନିକଟରେ ପହଁଚି ପାରିଥିବା ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ମିଶନ୍ ଶକ୍ତିକୁ ଏକ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଳକରେ ତାଙ୍କ ଦିଗଦର୍ଶନରେ ୨୦୦ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ସମୁଦାୟର ସଫଳ ପରିଚାଳନା ଦ୍ବାରା ଶ୍ରୀମତୀ ପ୍ରମିଳା ବିଷୋୟୀ ମହିଳା ମାନଙ୍କ ପାଇଁ ଉପାର୍ଜନର ମାଧ୍ୟମ ସୃଷ୍ଟି କରିଛନ୍ତି ।

pramilaଏହାସହିତ ତାଙ୍କ ଘର ନିକଟରେ ଥିବା ଏକ ପର୍ବତରେ ଗଠିତ ମୟୁର ସୁରକ୍ଷା ସମିତି ଧିରେ ଧିରେ ଏହାର ପ୍ରଭାବ ବିସ୍ତାର କରିପାରିଛି ଏବଂ ଏହି ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର ଓ ଚୋରି ଭଳି ଅପରାଧଠାରୁ ଦୁରେଇ ରଖିବାରେ ସଫଳ ହୋଇପାରିଛି । ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥାନର ସୁରକ୍ଷା ଆମ୍ମା ସ୍ବୟଂ ସହାୟକ ଗୋଷ୍ଠୀ ସମୁଦାୟର ଏକ ପ୍ରମୁଖ ଉଦ୍ଦେଶ୍ୟ ପାଲଟିଛି । ବନ୍ୟଜନ୍ତୁ ଏବଂ ସେମାନଙ୍କର ସଂରକ୍ଷଣ ନିମନ୍ତେ ତାଙ୍କର ପ୍ରମୁଖ ଭୂମିକା ଏବଂ ନୀରବିଚ୍ଛିନ୍ନ ଉଦ୍ୟମ ପାଇଁ ଶ୍ରମତୀ ପ୍ରମିଳା ବିଷୋୟୀଙ୍କୁ ୨୦୧୯ ପାଇଁ ଆରବିଏସ୍ ଆର୍ଥ ହିରୋ ପୁରସ୍କାର ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.