Below header

ଓଡିଶାରେ ବନ୍ୟା ପାଇଁ ୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର (କେନ୍ଯୁଜ୍) : ବନ୍ୟା ପାଇଁ ୪ ଜିଲ୍ଲାକୁ ଆଲର୍ଟ । କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସର୍ତକ କରିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ଏ ସମସ୍ତ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଆଜି ଆଖୁଆପଦାରେ ବନ୍ୟାଜଳ ପହଞ୍ଚିବ । ଫଳରେ ୧୦ରୁ ୧୨ ତହସିଲ ଜଳମଗ୍ନ ହେବାର ଆଶଙ୍କା ରହିଛି । ବନ୍ୟା ମୁକାବିଲା ପାଇଁ ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ, NDRF ଟିମ୍ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.