ନିଜକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ମାନନ୍ତୁ ଏଇ ୮ଟି ଟିପ୍ସ

ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ନିଜ ଶରୀର ବିଷୟରେ ଜାଣିବା ଜରୁରୀ । ବିଶେଷ କରି ଜାଣିବା ଦରକାର ଯେ ପେଟ ସୁସ୍ଥ ରହିଲେ ସମ୍ପୂର୍ଣ୍ଣ ଶରୀର ସୁସ୍ଥ ରହିବ । ତେଣୁ ଆମର ସର୍ବପୁରାତନ ଚିକିତ୍ସା ବଦ୍ଧତି ଅନୁଯାୟୀ କିଛି ପରାମର୍ଶ ଏଠାରେ ଉଲ୍ଲେଖ କରୁଛୁ । ଯାହାକୁ ମାନିଲେ ଆପଣ ସୁସ୍ଥ ଜୀବନ ଯାପନ କରି ପାରିବେ ।

୧-ଯେତେବେଳେ ଆପଣଙ୍କୁ ପ୍ରକୃତରେ ଭୋକ ଲାଗୁଛି ସେତେବେଳେ ଖାଆନ୍ତୁ । ପୂର୍ବ ଖାଦ୍ୟ ହଜମ ହେବା ଯାଏ ଅପେକ୍ଷା କରନ୍ତୁ । ବେଳେ ବେଳେ ଏସିଡିଟି କିମ୍ବା ଶରୀରରୁ ଜଳୀୟ ଅଂଶ କମି ଗଲେ ଭୋକ ଭଳି ଲାଗେ । କିନ୍ତୁ ପ୍ରକୃତରେ ତାହା ଭୋକ ନୁହେଁ । ସେଥିଲାଗି ନିଜ ଶରୀର ସମ୍ପର୍କରେ ଭଲ ଭାବେ ଅବଗତ ହେବା ଆବଶ୍ୟକ ।

୨-ଏକ ଶାନ୍ତ ପରିବେଶ ଭିତରେ ଆରାମରେ ଖାଦ୍ୟ ଖାଆନ୍ତୁ। ଖାଇଲା ବେଳେ ଟିଭି ଦେଖିବା, ବହି କିମ୍ବା ଖବରକାଗଜ ପଢ଼ିବା, ଫୋନରେ କଥା ହେବା କିମ୍ବା ଲାପଟପ୍ ଚଳାଇବା ଭଳି କାମ ଆଦୌ କରନ୍ତୁ ନାହିଁ । ଯାହା ଆପଣଙ୍କୁ ଖାଦ୍ୟ ଖାଇବା ବେଳେ ଅନ୍ୟମନସ୍କ କରୁଥିବ ।

୩-ଆମେ ଆମ ନିଜ ଶରୀର ଦରକାର କରୁଥିବା ଅନୁସାରେ ସଠିକ୍ ପରିମାଣର ଖାଦ୍ୟ ଖାଇବା ଜରୁରୀ । ବେଶି କି କମ୍ ନୁହେଁ । ବଡ଼ କଥା ହେଉଛି ଖାଦ୍ୟରେ ଆପଣ ସନ୍ତୁଷ୍ଟ ହେବା ଦରକାର ।

୪-ଗରମ ଖାଦ୍ୟ ଖାଆନ୍ତୁ । ଫ୍ରିଜରୁ ସଂଗେ ସଂଗେ ବାହାରିଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଏହା ହଜମ କ୍ରିୟା ଉପରେ ପ୍ରଭାବ ପକାଇବ ।

୫-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ଅତି ଶୁଖିଲା ଖାଦ୍ୟ ଖାଆନ୍ତୁ ନାହିଁ । ସେସବୁ ଶରୀର ପକ୍ଷେ କ୍ଷତିକାରକ ।

୬-ଖାଇବା ବେଳେ ସଫାସୁତୁରା ପ୍ରତି ଧ୍ୟାନ ଦିଅନ୍ତୁ । ଖାଇବାର ପୂରା ମଜା ନିଅନ୍ତୁ । ଖାଦ୍ୟର ବାସ୍ନା ଏବଂ ଖାଦ୍ୟ ଚୋବାଇବାର ଶବ୍ଦକୁ ଉପଭୋଗ କରିବା ସହ ଖାଇବା ପରସା ଯାଇଥିବା ଥାଳିକୁ ମଧ୍ୟ ଭଲ ଭାବେ ନଜର କରନ୍ତୁ ।

୭-ତରତର ହୋଇ ଖାଆନ୍ତୁ ନାହିଁ କି ଖାଦ୍ୟକୁ ଗିଳି ଦିଅନ୍ତୁ ନାହିଁ । ଧୀରେ ଧୀରେ ଚୋବାଇ ଚୋବାଇ ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହୁଏ ।

୮-ଦୁନିଆରେ ସବୁ କିଛି ଚାଲେ ପ୍ରକୃତିର ନିୟମ ଅନୁସାରେ । ଏଥିରେ ବ୍ୟତିକ୍ରମ ହେଲେ ସମସ୍ୟା ସୃଷ୍ଟି ହୁଏ । ତେଣୁ ଖାଇବାର ସମୟ ଓ ଖାଇବା ସମୟରେ ଏସବୁ ପ୍ରତି ଅବହେଳା କରନ୍ତୁ ନାହିଁ । ଠିକ୍ ସମୟରେ ଖାଇଲେ ଶରୀରର ଅନେକ ସମସ୍ୟାକୁ ଏଡ଼ାଇ ହେବ ।

 

Leave A Reply

Your email address will not be published.