Below header

ଭଦ୍ରକ : ପୁଣି ଅନ୍ଧାରରେ ଚାନ୍ଦବାଲି

ଭଦ୍ରକ (କେନ୍ଯୁଜ୍) : ଅନ୍ଧାରରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି । ୩ ଦିନ ହେବ ଚାନ୍ଦବାଲି ସମେତ ୩୦ଟି ପଞ୍ଚାୟତରେ ବିଦ୍ୟୁତ୍ ସେବା ଠପ୍ ହୋଇ ଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଜୁଳି ନଥିବାରୁ ପାଇପ ପାଣି ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗତ ମଙ୍ଗଳବାର ରାତିରୁ ବିଜୁଳି କାଟ ହୋଇଥିଲା । କାହିଁକି ବିଜୁଳି କାଟ ହୋଇଛି, ସେ ସଂପର୍କରେ ପଚାରିଲେ ବିଦ୍ୟୁତ୍ ବିଭାଗ ମଧ୍ୟ କିଛି ଉତ୍ତର ଦେଉନି । ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.