Below header

ଓଭାଲ ଟେଷ୍ଟ : ଇଂଲଣ୍ଡ ୭ ୱିକେଟରେ ୧୯୮

ଲଣ୍ଡନ :  ଆଜି ଓଭାଲ ଟେଷ୍ଟର ଦ୍ୱିତୀୟ ଦିନ । ଗତକାଲିର ଅସମାପ୍ତ ୧୯୮ ରନରୁ ଖେଳ ଆରମ୍ଭ କରିବ ଇଂଲଣ୍ଡ । ଦଳ ସାତଟି ଓ୍ଵିକେଟ ହରାଇଛି । ବଟଲର ଓ ରସିଦ ଅପରାଜିତ ଅଛନ୍ତି । ଗତକାଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଦମଦାର ଖେଳ ଆରମ୍ଭ କରିଥିଲା । ଓପନର ଆଲିଷ୍ଟର କୁକ୍‌ ଅର୍ଦ୍ଧଶତକ ହାସଲ କରିଥିଲେ । ୧୩୩ ରନରେ ଦଳ ଦୁଇଟି ଓ୍ଵିକେଟ ହରାଇଥିଲା । ତେବେ ଚା’ପାନ ବିରତି ପରେ ଭାରତୀୟ ବୋଲର ଦମଦାର ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ଲାଇନକୁ ଭାଙ୍ଗିଥିଲେ । ଇଂଲଣ୍ଡ ପକ୍ଷରୁ କୁକ୍‌ ୭୧ ଓ ମୋଇନ ଅଲ୍ଲୀ ୫୦ ରନ କରିଥିଲେ । ଭାରତ ତରଫରୁ ଇଶାନ୍ତ ଶର୍ମା ୩ଟି ଓ୍ଵିକେଟ ନେଇଥିଲେ । ସେହିପରି ବୁମରା ଓ ରବୀଦ୍ର ଜାଡେଜାଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ ମିଳିଥିଲା । ତେବେ ବୁମରା ଗୋଟିଏ ଓଭରରେ କୁକ୍ ଓ ରୁଟଙ୍କୁ ଆଉଟ୍ କରି ଭାରତ ପାଇଁ ବଡ଼ ସଫଳତା ଆଣିଦେଇଥିଲେ । ୫ ଟିକିଆ ସିରିଜକୁ ଇଂଲଣ୍ଡ ଆଗୁଆ ୩-୧ରେ ଜିତି ସାରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.