ଭଦ୍ରକ : ବୈତରଣୀ ଓ ସାଳନ୍ଦୀରେ ବନ୍ୟା ଯୋଗୁ ୩ ବ୍ଲକର ୧୬ ପଞ୍ଚାୟତ ଜଳମଗ୍ନ

ଭଦ୍ରକ (କେନ୍ଯୁଜ୍) : ଲଘୁଚାପ ବର୍ଷା ସାଙ୍ଗକୁ ହଦଗଡ଼ ଡ୍ୟାମରୁ ଜଳ ନିଷ୍କାସନ ଯୋଗୁ ଭଦ୍ରକ ଜିଲ୍ଲା ବୈତରଣୀ ଓ ସାଳନ୍ଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ତିନିଟି ବ୍ଲକର ୧୬ଟି ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ୩ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ବାରୁଅ-ତିହିଡ଼ି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଭଦ୍ରକ ବ୍ଳକ ଅଧିନସ୍ଥ ଗୁଜିଦରଡ଼ା, ବିଷ୍ଣୁପୁର ବିନ୍ଧା, ଅର୍ଣ୍ଣପାଳ ପଞ୍ଚାୟତରେ ବନ୍ୟାପାଣି ପଶିଛି । ଚାଷ ଜମି ବୁଡ଼ି ରହିଥିବାବେଳେ ଗାଁ ଭିତରେ ମଧ୍ୟ ପାଣି ପଶିଛି । ତିହିଡ଼ି ବ୍ଳକର ଦୁଇଟି ପଞ୍ଚାୟତ ମଧ୍ୟ ପାଣି ଘେରରେ ରହିଛି । ଗାଁ ଦାଣ୍ଡରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ଚାଲୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତିନି ଦିନ ହେଲା ଲୋକଙ୍କ ଘରେ ଚୁଲି ଜଳିନି । ଅନେକ ଲୋକ ଭୋକ ଉପାସରେ ପଡ଼ି ରହିଛନ୍ତି ।

Leave A Reply

Your email address will not be published.