Below header

ଏଣିକି ପୌରାଧ୍ୟକ୍ଷ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ, କ୍ୟାବିନେଟ୍ ମୋହର ଲାଗିଛି

ଭୁବନେଶ୍ବର (କେନ୍ଯୁଜ୍) : ଏଣିକି ପୌରାଧ୍ୟକ୍ଷ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ । ପୌର ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି । ସେପ୍ଟେମ୍ବର ୩୦ ସୁଦ୍ଧା ୬୫ଟି ଓ ଡିସେମ୍ବର ୪ରେ ୨୦ଟି ପୌରାଞ୍ଚଳର ଅବଧି ସରୁଛି । କିନ୍ତୁ ଏ ସମୟ ମଧ୍ୟରେ ପୌରପାଳିକା ନିର୍ବାଚନ ହୋଇ ପାରିବ ନାହିଁ । ସଂରକ୍ଷଣ ପ୍ରସଙ୍ଗ ନେଇ ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ସଂରକ୍ଷିତ ଆସନ ସଂଖ୍ୟା ୫୦ପ୍ରତିଶତରୁ ଅଧିକ ହେଉଥିଲା । ତେଣୁ ସଂରକ୍ଷଣ ବ୍ୟବସ୍ଥାକୁ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ । ଏହାପରେ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ତେଣୁ ପୌର ନିର୍ବାଚନ ଆଇନ ଜାଲରେ ଛନ୍ଦି ହୋଇ ରହିଛି ।

ସେହିପରି ମୋଟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି । ୫ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ଉଦ୍ୟାନ କୃଷି ହେବ । OPSC ଜରିଆରେ ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସରଙ୍କୁ ନିଯୁକ୍ତି ମିଳିବ । ସେପଟେ ବିକ୍ରିକର ମାମଲା ସଂପର୍କିତ ଅପିଲ୍ ସମୟ ସୀମା ବୃଦ୍ଧି ପାଇଛି । ପୂର୍ବରୁ ଅପିଲ୍ ପାଇଁ ୩ ବର୍ଷ ଥିବା ବେଳେ ଏବେ ଏହା ୪ ବର୍ଷକୁ ବଢିଛି । ସେହିପରି ରାଜ୍ୟରେ ଫିଜିଓଥିରାପିଷ୍ଟ କାଉନସିଲ ଗଠନ ହେବ । ଫିଜିଓଥିରାପିଷ୍ଟଙ୍କ ନିଯୁକ୍ତି, ଥଇଥାନ ନେଇ ବିଚାର ହେବ । ଫିଜିଓଥିରାପିଷ୍ଟଙ୍କ ତାଲିକା ମଧ୍ୟ କାଉନସିଲ୍ ରଖିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.