ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଛି ବିଜେଡି : ଆଜି ଦ୍ୱିତୀୟ ଦିନ

ଭୁବନେଶ୍ବର (କେନ୍ଯୁଜ୍) : ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଛି ବିଜେଡି । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଦୁଇ ଘଣ୍ଟିଆ ଜନସଚେତନାତା କାର୍ଯ୍ୟକ୍ରମ କରୁଛି ଦଳ । କେନ୍ଦ୍ର ବିରୋଧରେ ଚାଲିଥିବା ଏହି ତିନି ଦିନିଆ ସଚେତନତା କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନ । ଲିଫଲେଟ୍ ଦେଇ ଲୋକଙ୍କୁ ଦର ବୃଦ୍ଧି ସଂପର୍କରେ ଅବଗତ କରୁଛନ୍ତି ବିଜେଡି ନେତା ଓ କର୍ମୀ ।

ଦଳ ଯୁକ୍ତି ରଖିଛି, ତୈଳ ଦର ଉପରେ ରାଜ୍ୟର ଟିକସ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି । ୪ ବର୍ଷ ଭିତରେ, ୧୨ ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି ହୋଇଛି । ପେଟ୍ରୋଲରେ ଶହେ ଓ ଡିଜେଲରେ ୫ଶହ ପ୍ରତିଶତ ଶୁଳ୍କ ବୃଦ୍ଧି ହୋଇଛି । ଲଗାତାର ଦର ବୃଦ୍ଧି ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।

Leave A Reply

Your email address will not be published.