ଠକେଇ ଅଭିଯୋଗରେ କଟକ ଶେଖ୍ ବଜାର ଅଞ୍ଚଳରେ ଥିବା ମୁଥୁଟ୍ ଫାଇନାନ୍ସର ୪ କର୍ମଚାରୀ ଗିରଫ
କଟକ: ଠକେଇ ଅଭିଯୋଗରେ ସୁନା ଋଣ ପ୍ରଦାନକାରୀ ସଂସ୍ଥା ମୁଥୁଟ୍ ଫାଇନାନ୍ସର ୪ କର୍ମଚାରୀ ଗିରଫ । ଶେଖ୍ ବଜାର ଅଞ୍ଚଳର ଜଣେ ମହିଳାଙ୍କୁ ଠକେଇ ଅଭିଯୋଗରେ ଗିରଫ । ୨୦୦୮ରେ ସୁନା ବନ୍ଧକ ରଖିଥିଲେ, ୨୦୨୦ରେ ସୁନା ଗାଏବ ହୋଇଯାଇଥିଲା ।
୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଏହା ସହ ଜାଲ କାଗଜପତ୍ର ଜବତ ହୋଇଛି । ସୁନା ନିଲାମ ହୋଇଥିବା ପ୍ରଥମେ କହିଥିଲା କମ୍ପାନୀ । ପରେ ସତ୍ୟପାଠ ଦେଇ ଗ୍ରାହକ ନିଜେ ସୁନା ନେଇ ଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା ।