ମହାଶିବରାତ୍ରି ଦିନକ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଅସହଯୋଗ, ରୋଷ ହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ

ଭୁବନେ‌ଶ୍ୱର: ମହାଶିବରାତ୍ରି ଦିନକ ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଅସହଯୋଗ । ପରମ୍ପରା ରକ୍ଷା ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଥିପାଇଁ ବ୍ରାହ୍ମଣ ନିଯୋଗ ପକ୍ଷରୁ ଆଜି ସେବାରେ ଅସହଯୋଗ କରିଛି । ଜାଗରର ଦିନକ ପୂର୍ବରୁ ଅସହଯୋଗ ଯୋଗୁ ରୋଷ ହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି ।

ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । କପିଳ ନାଥ ସେବାୟତ ଓ ଶ୍ରୀଲିଙ୍ଗରାଜ ସେବାୟତଙ୍କ ଭିତରେ ବିବାଦ ଲାଗି ରହି ଦୀର୍ଘ ବର୍ଷ ହେବ ପରମ୍ପରା ଭାଙ୍ଗି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସେବାୟତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.