ଆଦିବାସୀଙ୍କ ଅତୁଟ ବିଶ୍ୱାସ: ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବିବାହ, ଇନ୍ଦ୍ର ଦେବଙ୍କୁ ପ୍ରସନ୍ନ କରିବାର ପରମ୍ପରା

ନବରଙ୍ଗପୁର: ବାଜା ବଜେଇ ରୋଷଣୀ କରି ଆସୁଛି ବର । ପାଦ ରେ ପାଦ ଆଉ କାନ୍ଧରେ କାନ୍ଧ ମିଶାଇ ନାଚୁଛନ୍ତି ବର ଯାତ୍ରୀ , ପୁରହିତଙ୍କ ମନ୍ତ୍ର ପାଠ ବି ଚାଲିଛି । ପାରମ୍ପରିକ ରୀତିନୀତି ରେ ହସ୍ତଗଣ୍ଠି ଆଉ ଭୋଜି ଭାତର ଆୟୋଜନ ମଧ୍ଯ ହୋଇଛି । ଆପଣ ଭାବୁଥିବେ ଦର୍ଶକ ବନ୍ଧୁ ଏ ବୋଧେ କାହାର ବାହାଘରର ଦ୍ରୁଶ୍ଯ । ଏକଥା ତ ସତ କି ଏଠାରେ ବାହାଘର ପାଇଁ ଏତେ ସବୁ ଆୟୋଜନ କରାଯାଇଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ କି ଏହା କୌଣସି ମଣିଷ ନୁହେଁ ବରଂ ବିବାହ ହେଉଛି ବେଙ୍ଗ ବେଙ୍ଗୁଲିଙ୍କର।

ଚଳିତ ବର୍ଷ ଶ୍ରାବଣ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖାନାହିଁ । ମୁଣ୍ଡଫଟା ଖରା ଯୋଗୁଁ ବିଲ ଫାଟି ଆଁ କଲାଣି ।ଚିନ୍ତାରେ ଚାଷୀ ଦିନ କାଟୁଛନ୍ତି ଚାଷୀ କୂଳ । ତେଣୁ ବର୍ଷା ପାଇଁ ଗ୍ରାମବାସୀ ଏବେ ବେଙ୍ଗ ବେଙ୍ଗୁଲିଙ୍କ ବିବାହ ର ଆୟୋଜନ କରିଛନ୍ତି ନବରଙ୍ଗପୁର ଜିଲ୍ଲା ବିକ୍ରମପୁର ଗ୍ରାମବାସୀ । ଅତୀତରେ ବର୍ଷା ଆଉ ମରୁଡିରୁ ରକ୍ଷା କରିଛି ବେଙ୍ଗ ବିବାହ।  ଆଜି ବି ଆଦିବାସୀ ମାନଙ୍କ ଅତୁଟ ବିଶ୍ୱାସ ରହିଛି ଯେ ବେଙ୍ଗ ବେଙ୍ଗୁଲିଙ୍କ ବିବାହ କଲେ ଇନ୍ଦ୍ର ଦେବ ପ୍ରସନ୍ନ ହେବେ ଆଉ ଅଞ୍ଚଳରେ ବର୍ଷା ହେବ ।

mrgଗାଁରେ ବିରାଜିତ ଆରାଧ୍ୟ ଦେବା ଦେବୀ ଭିମା ଭୀମାଣିଙ୍କ ପୀଠରେ ଧୁମ ଧାମ ରେ ସମ୍ପନ ହେଇଛି ବେଙ୍ଗ ବେଙ୍ଗୁଲିଙ୍କ ବାହାଘର। ଯାହାକୁ ଦେଖିଲେ ଲାଗୁଛି ଏହା ସତ ସତିକା କୋଉ ପୁଅ,ଝିଅର ବାହାଘର । ସତରେ ପରମ୍ପରା ଆଉ ବିଶ୍ବାସ ସଦାସର୍ବଦା ମଣିଷ ସହିତ ଜଡିତ। ତେବେ ଏ ବେଙ୍ଗ ବେଙ୍ଗୁଲି ଙ୍କ ବିବାହ  ପରେ ମୌସୁମୀର କି ପ୍ରତିକ୍ରିୟା ରହୁଛି ତାକୁ ଦେଖିବାକୁ ଅପେକ୍ଷା କରି ବସିଛନ୍ତି ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.