ରାକ୍ଷସୀ ନୁହେଁ ବରଂ ଜଣେ ରାଜକନ୍ୟା ଥିଲେ ପୁତନା, ଜାଣନ୍ତୁ ପ୍ରକୃତରେ କିଏ ହେଉଛନ୍ତି ପୁତନା

କୃଷ୍ଣଙ୍କ ବାଲ୍ୟଲୀଳା କଥା ଆସିଲେ ପୁତନା ରାକ୍ଷସୀ କଥା ନିଶ୍ଚୟ ଉଠେ। ପୁତନା ମହାରାଜା କଂସଙ୍କ ଦାସୀ ଥିଲେ। ସେ ଜଣେ ଶକ୍ତିଶାଳୀ ରାକ୍ଷସୀ ଥିଲେ। ଏଣୁ କୃଷ୍ଣଙ୍କୁ ହତ୍ୟା କରିବା ଦାୟିତ୍ୱ କଂସ ପୁତନାଙ୍କୁ ଦେଇଥିଲେ। ମାତ୍ର କୃଷ୍ଣଙ୍କୁ ହତ୍ୟା କରିବାକୁ ଯାଇଥିବା ପୁତନା ନିଜେ କୃଷ୍ଣଙ୍କ ହାତରେ ପ୍ରାଣ ହରାଇଥିଲେ। ତେବେ ପୁତନା ଜଣେ ରାକ୍ଷସୀ ଭାବେ ଜନ୍ମ ହୋଇଥିଲେ ମଧ୍ୟ ପୂର୍ବଜନ୍ମରେ ଥିଲେ ଜଣେ ରାଜକୁମାରୀ। ଆସନ୍ତୁ ଜାଣିବା ପୁତନାଙ୍କ କାହାଣୀ…

100Yellow® Bal Krishna Paper Wall Posters (12X18-Inch, Multicolour ...

ଦେବକୀଙ୍କ ସନ୍ତାନ ମାମୁ କଂସଙ୍କ ମୃତ୍ୟୁର କାରଣ ହେବ ବୋଲି ଜାଣିବା ପରେ କଂସ ବାସୁଦେବ ଓ ଦେବକୀଙ୍କୁ ବନ୍ଦୀ ବନାଇବା ସହ ସମସ୍ତ ସନ୍ତାନଙ୍କୁ ହତ୍ୟା କରିଥିଲେ। ମାତ୍ର ସମସ୍ତଙ୍କ ଅଜାଣତରେ ଭଗବାନ ଶ୍ରୀ କୃଷ୍ଣ ଭାଦ୍ରପଦ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଓ ରୋହିଣୀ ନକ୍ଷତ୍ରରେ ରାତି ୧୨ଟାରେ ଜନ୍ମଗ୍ରହଣ କରି ବୃନ୍ଦାବନ ଚାଲିଯାଇଥିଲେ। ଏନେଇ ଜାଣିବା ପରେ କଂସ ବୃନ୍ଦାବନରେ ଏହି ତିଥିରେ ଜନ୍ମିତ ସମସ୍ତ ଶିଶୁଙ୍କୁ ହତ୍ୟା କରିବାକୁ ପୁତନାକୁ ବୃନ୍ଦାବନ ପଠାଇଥିଲେ।

putana2

ପୁତନା କିଏ:

ପୁତନା ପୂର୍ବ ଜନ୍ମରେ ରାଜା ବଳିଙ୍କ କନ୍ୟା ଥିଲେ। ତାଙ୍କ ନାଁ ଥିଲା ରତ୍ନମାଳା। କିମ୍ଭଦନ୍ତୀ ଅନୁସାରେ ଦିନେ ରାଜା ବଳିଙ୍କ ଦରବାରକୁ ଜଣେ ବ୍ରାହ୍ମଣ ଆସିଥିଲେ। ବାମନଙ୍କ ସୁନ୍ଦର ରୂପ ଦେଖି ରତ୍ନମାଳାଙ୍କର ଲୋଭ ହୋଇଥିଲା। ସେ ଚିନ୍ତା କରିଥିଲେ ଯେ ମୋ ବି ଏକ ଏଭଳି ପୁଅ ହୁଅନ୍ତା କି ମୁଁ ତାକୁ ଛାତିରେ ଲଗାଇ ଦୁଗ୍ଧ ପାନ କରାନ୍ତି ଓ ବହୁତ ସ୍ନେହ କରନ୍ତି। ଭଗବାନ ତାଙ୍କ ମନର ଇଚ୍ଛା ଜାଣି ତଥାସ୍ତୁ କହିଥିଲେ।

raja-bali | Reckon Talk

କିନ୍ତୁ ତା’ପରେ ଭଗବାନ ରାଜା ବଳିଙ୍କ ଗର୍ବ ଦୂର କରିବା ପାଇଁ ତିନି ପାଦରେ ସମସ୍ତ ପୃଥିବୀକୁ ନିଜ ଅଧୀନକୁ ନେଇଯାଇଥିଲେ। ଏହା ଦେଖିବା ପରେ ବଳି ନିଜ ଭୁଲ ବୁଝିପାରି କ୍ଷମା ମାଗିଥିଲେ। ଏସବୁ ଦୃଶ୍ୟକୁ ରତ୍ନମାଳା ଦୂରରେ ଠିଆ ହୋଇ ଦେଖୁଥିଲେ। ତାଙ୍କ ପିତାଙ୍କ ଅପମାନ ଦେଖି ସେ ଭୟଙ୍କର ଭାବେ ରାଗିଯାଇଥିଲେ ଓ ମନେ ମନେ ଭଗବାନଙ୍କୁ ନିନ୍ଦା କରିବା ଆରମ୍ଭ କରିଦେଇଥିଲେ। ସେ କହିଥିଲେ ଯଦି ମୋ ପୁଅ ଏମିତି ହୋଇଥାନ୍ତା ତେବେ ମୁଁ ତାକୁ ବିଷ ଦେଇ ମାରି ଦେଇଥାନ୍ତି। ଭଗବାନ ତାଙ୍କର ଏହି ଇଚ୍ଛାକୁ ବି ତଥାସ୍ତୁ କହିଥିଲେ।

ପରଜନ୍ମରେ ପୁତନା ରାକ୍ଷସୀ ରୂପେ ଜନ୍ମ ନେଇ କଂସଙ୍କର ସବୁଠୁ ବିଶ୍ୱସ୍ତ ଦାସୀ ବନିଥିଲେ। ଅଷ୍ଟମୀ ତିଥିରେ ଜନ୍ମିତ ସମସ୍ତ ଶିଶୁକୁ ମାରିବା ଦାୟିତ୍ୱ ମିଳିବା ପରେ ସେ ସୁନ୍ଦର ସ୍ତ୍ରୀ ରୂପ ଧାରଣ କରି ବୃନ୍ଦାବନ ପହଞ୍ଚି ଭଗବାନ କୃଷ୍ଣଙ୍କୁ ସ୍ତନ୍ୟପାନ କରାଇଥିଲେ। କୃଷ୍ଣ ତାଙ୍କୁ ଚିହ୍ନିବା ପରେ ବଧ କରିଥିଲେ। ସେ ଜନ୍ମ ମରଣର ବନ୍ଧନରୁ ମୁକ୍ତ ହେବା ସହ ତାଙ୍କର ସ୍ତନ୍ୟପାନ କରାଇବା ଓ ବିଷପାନ କରାଇବା ଇଚ୍ଛା ମଧ୍ୟ ପୂରଣ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.