Below header

ବନ ବିଭାଗ ପକ୍ଷରୁ ଖୁବଶୀଘ୍ର ଆରମ୍ଭ ହେବ ଗଜଗାଡ଼ି ଯୋଜନା, ଗାଡିରେ ରହିବ ବିିଭିନ୍ନ ପ୍ରକାର ସାଇରନ୍‌ ସହ ଟ୍ରାଙ୍କୁଲାଇଜ୍‌ କରିବା ବନ୍ଧୁକ

ବନ ବିଭାଗ ପକ୍ଷରୁ ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଗଜଗାଡ଼ି ଯୋଜନା । ଏହି ଗାଡିରେ ରହିବ ଲାଇଟ,ସାଉଣ୍ଡ, ବିିଭିନ୍ନ ପ୍ରକାର ସାଇରନ୍‌ ସହ ଟ୍ରାଙ୍କୁଲାଇଜ୍‌ କରିବାକୁ ବନ୍ଧୁକ । ସେହିପରି ବିଭିନ୍ନ ସମୟରେ ଖାତରେ ପଡ଼ିଯାଉଥିବା ଛୁଆ ହାତୀଙ୍କୁ ଉଦ୍ଧାର ପାଇଁ ରହିବ କ୍ରେନ୍‌ । ଗଜଗାଡ଼ି ଭିତରେ ରହିବ ସମସ୍ତ ଆବଶ୍ୟକ ସାମଗ୍ରୀ । ଏଭଳି ଯୋଜନାକୁ ପଶ୍ଚିମବଙ୍ଗ ବନ ବିଭାଗ କାର‌୍ୟ୍ୟକାରୀ କରି ସାରିଛି । ଏହାର ସୁଫଳ ପରେ ଓଡ଼ିଶାରେ ମଧ୍ୟ ଗଜଗାଡ଼ିର ଶୁଭାରମ୍ଭ କରାଯିବାକୁ ଯୋଜନା ରଖାଯାଇଥିବା ପିସିସିଏଫ୍‌ କହିଛନ୍ତି । ପ୍ରଥମ ପର‌୍ୟ୍ୟାୟରେ ଗୋଟିଏ ଗାଡ଼ି ଓଡ଼ିଶାକୁ ଆସିବ । ଫଳପ୍ରଦ ହେଲ ପରବର୍ତ୍ତୀ ସମୟରେ ଅନୁଗୁଳ, ବାରିପଦା, ସମ୍ବଳପୁରରେ ଏହାକୁ କାର‌୍ୟ୍ୟକାରୀ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.