Below header

ବର୍ଷା ଅଭାବରୁ ଗଜପତି ଜିଲ୍ଲାରେ ମରୁଡ଼ି ପରିସ୍ଥିତି

ଗଜପତି(କେନ୍ୟୁଜ୍):ବର୍ଷା ଅଭାବରୁ ଗଜପତି ଜିଲ୍ଲାରେ ମରୁଡ଼ି ପରିସ୍ଥିତି। ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ଗଜା ମରୁଡ଼ି ଦେଖାଦେଲାଣି। ତେଣୁ ଗଜପତିକୁ ତୁରନ୍ତ ମରୁଡ଼ି ଜିଲ୍ଲା ଭାବେ ଘୋଷଣା କରିବାକୁ ଜିଲ୍ଲା ବିଜେପି ଦାବି କରିଛି। ଏହାସହ ଚାଷୀଙ୍କୁ କ୍ଷତିପୂରଣ ଓ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଥିବା ଦଳ କହିଛି।

bjpସେପଟେ ଜିଲ୍ଲାକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା କରିବାକୁ ଦାବୀ କରିଛି ଜିଲ୍ଲା କୃଷକ ସଂଘ। ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ ନେଇ ବୀମା କଂପାନୀ ପାତରଅନ୍ତର କରିଥିବାରୁ ପ୍ରତିବାଦ କରିଛି ସଂଘ। ଉଚିତ ବୀମା ରାଶୀ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସଂଘ ଦାବି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.